ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ତଦନ୍ତ କରିବ ସିବିଆଇ। ଗତକାଲି ସୁପ୍ରିମକୋର୍ଟ ଏହି ରାୟ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ରାୟ ପରେ ଆଜି ମୁମ୍ବାଇ ପୋଲିସଠାରୁ ତଦନ୍ତଭାର ଗ୍ରହଣ କରିବ ସିବିଆଇ। ଏହାପରେ ସୁଶାନ୍ତଙ୍କ ସହ ଜଡ଼ିତ ବ୍ୟକ୍ତିଙ୍କୁ ପଚରାଉଚରା ପାଇଁ ନୋଟିସ କରିପାରେ।

ସିବିଆଇ ଏହି ତଦନ୍ତ ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ଓ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କଠାରୁ ଆରମ୍ଭ କରିପାରେ। ତଦନ୍ତ ପାଇଁ ସିବିଆଇ ଏସ୍‌ଆଇଟି (ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍‌) ଆଜି ସନ୍ଧ୍ୟାରେ ମୁମ୍ବାଇ ପହଞ୍ଚିବାର କାର୍ଯ୍ୟକ୍ରମ ରହଛି।BGU

ସୁଶାନ୍ତଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା, ଯଦି ହତ୍ୟା ତେବେ ଏହା ପଛରେ କାହାର ହାତ ରହିଛି ଆଉ ଯଦି ଆତ୍ମହତ୍ୟା ତେବେ ଏହା ପଛରେ କାରଣ କଣ, ଏଥିରେ ରିୟା ଚକ୍ରବର୍ତ୍ତୀଙ୍କ ଭୂମିକା ଅଛି କି? ଏଭଳି କିଛି ପ୍ରଶ୍ନର ଉତ୍ତର ଖୋଜିବାକୁ ଚେଷ୍ଟା କରିବ ସିବିଆଇ।

LEAVE A REPLY

Please enter your comment!
Please enter your name here