ଓଡ଼ିଶାଲାଇଭ୍‌ ବ୍ୟୁରୋsushant-1

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ତଦନ୍ତ ଆରମ୍ଭ କରିଛି ସିବିଆଇ। ସିବିଆଇର ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍‌ ଫିଲ୍ମ ଜଗତର କିଛି ବିଶିଷ୍ଟ ଲୋକଙ୍କୁ ପଚରାଉଚରା କରିଥିବା ଜଣାପଡ଼ିଛି। ଏହାସହିତ ସୁଶାନ୍ତଙ୍କ ରୋଷେୟା ଓ ବ୍ୟାଙ୍କ ଅଧିକାରୀ ଓ ବାନ୍ଧବୀଙ୍କୁ ମଧ୍ୟ ଆଜି ପଚରାଉଚରା କରାଯାଇପାରେ।BGU

ଏହାଛଡ଼ା ମୁମ୍ବାଇରେ ଥିବା ସୁଶାନ୍ତଙ୍କ ବାସସ୍ଥାନରେ ପହଞ୍ଚି ମୃତ୍ୟୁଦିନର ସିନ୍‌କୁ ରିକ୍ରିଏଟ କରିବେ ତଦନ୍ତ ଅଧିକାରୀ। ସିବିଆଇ ସହିତ ଏକ ଫରେନସିକ୍‌ ଟିମ୍‌ ମଧ୍ୟ ସୁଶାନ୍ତ ଘରେ ଯାଞ୍ଚ କରିବେ।

ତଦନ୍ତ ଆରମ୍ଭ କରିବା ପୂର୍ବରୁ ମୁମ୍ବାଇ ପୋଲିସ ସହ ଆଲୋଚନା କରିଥିଲା ସିବିଆଇ। ପ୍ରାଥମିକ ତଦନ୍ତ ରିପୋର୍ଟ ସହିତ ଅନ୍ୟ ସମସ୍ତ ରେକର୍ଡ ସିବିଆଇକୁ ହସନ୍ତାନ୍ତର କରିବାକୁ ମୁମ୍ବାଇ ପୋଲିସ ସହ ଆଲୋଚନା ହୋଇଛି।

Comment