ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ଵ ହସ୍ତୀ ଦିବସ ଅବସରରେ ‘ଗ୍ରୋ ଓ୍ଵିଥ୍ ନେଚର୍’ ସଂଗଠନ ପକ୍ଷରୁ ଏକ ୭ ଦିନିଆ ଓ୍ଵେବିନାର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ‘ଅଣ୍ଡରଷ୍ଟାଣ୍ଡିଂ ଆଣ୍ଡ ପ୍ରୋଟେକ୍ଟିଂ ଦି ମାଜେଷ୍ଟିକ୍ ନ୍ୟାସନାଲ୍ ହେରିଟେଜ୍, ଦି ଏଲିଫ୍ୟାଣ୍ଟ’ ବିଷୟକୁ ନେଇ ଅଗଷ୍ଟ ୧୨ ତାରିଖରୁ ଅଗଷ୍ଟ ୧୮ ତାରିଖ ପର୍ଯ୍ୟନ୍ତ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହି କର୍ମଶାଳାରେ ବନ ବିଭାଗ, ବନ୍ୟପ୍ରାଣୀ ଗବେଷଣା ପ୍ରତିଷ୍ଠାନର ବ୍ୟକ୍ତିବିଶେଷ ଏବଂ ସାମ୍ଵାଦିକତା ବିଭାଗର ଛାତ୍ରଛାତ୍ରୀମାନେ ଅତିଥି ରୂପେ ଯୋଗଦେଇ ହାତୀକୁ ନେଇ ଓଡ଼ିଶାରେ ରହିଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ଏହି କର୍ମଶାଳାରେ ଦେଶର ବିଭିନ୍ନ ରାଜ୍ୟରୁ ଅନେକ ଦର୍ଶକ ସାମିଲ ହୋଇଥିଲେ।“ବର୍ତ୍ତମାନ ସମୟରେ ହାତୀମାନେ ସେମାନଙ୍କର ସାଧାରଣ ଗତିପଥରୁ ବାହାରକୁ ଯାଉଛନ୍ତି। ଆମକୁ ସେହି ପଥସବୁକୁ ଖୋଜି ଚିହ୍ନଟ କରିବା ଆବଶ୍ୟକ ରହିଛି। ଭବିଷ୍ୟତରେ ହାତୀବଂଶର ଯେପରି ସୁରକ୍ଷିତ ରହିବେ ସେଥିପ୍ରତି ବନ, ବିଦ୍ୟୁତ, ରେଳ ଏବଂ ସଡ଼କ ବିଭାଗମାନେ ଧ୍ୟାନ ଦେବା ଆବଶ୍ୟକ। ଏଥିନିମନ୍ତେ ହାତୀମାନଙ୍କର ଆଚରଣକୁ ଆମମାନଙ୍କୁ ଭଲ ଭାବରେ ବୁଝିବାକୁ ପଡ଼ିବ”, କହିଛନ୍ତି ଭାରତୀୟ ଜଙ୍ଗଲ ସେବାର ପୂର୍ବତନ ଅଧିକାରୀ ଅଜୟ କୁମାର ଜେନା।BGUଏହି ୭ ଦିନିଆ କର୍ମଶାଳାର ପ୍ରଥମ ଦିବସରେ ଭାରତୀୟ ଜଙ୍ଗଲ ସେବାର ପୂର୍ବତନ ଅଧିକାରୀ ଅଜୟ କୁମାର ଜେନା, ଦିତ୍ଵୀୟ ଦିବସରେ ନୟାଗଡ଼ ବନ୍ୟପ୍ରାଣୀ ଡିଭିଜନର ବନଅଧିକାରୀ ହର୍ଷବର୍ଦ୍ଧନ ଉଗାତା, ତୃତୀୟ ଦିବସରେ ଓଡ଼ିଶା ଲୋକାୟୁକ୍ତର ସଦସ୍ୟ ଦେବବ୍ରତ ସ୍ଵାଇଁ, ଚତୁର୍ଥ ଦିବସରେ ରାଇରଙ୍ଗପୁର ବନଅଧିକାରୀ ଅରୁଣ କୁମାର ମିଶ୍ର, ପଞ୍ଚମ ଦିବସରେ ପ୍ରାଣୀ ଚିକିତ୍ସା ଏପିଡେମୋଲୋଜି ଏବଂ ପ୍ରତିଷେଧକ ଔଷଧ ବିଭାଗର ମୁଖ୍ୟ ପ୍ରଫେସର ଡକ୍ଟର ନିରଞ୍ଜନ ସାହୁ, ଷଷ୍ଠ ଦିବସରେ ବନବିଭାଗର ଡେପୁଟି କନେଷ୍ଟବଳ କମଳଲୋଚନ ପୁରୋହିତ ଏବଂ ସପ୍ତମ ଦିବସରେ ହସ୍ତୀ ସୁରକ୍ଷା ଫାଉଣ୍ଡେସନର ଟ୍ରଷ୍ଟି ଡକ୍ଟର ପ୍ରକାଶ ଚନ୍ଦ୍ର ଜେନାଙ୍କ ସମେତ ଅନ୍ୟାନ୍ୟ ପ୍ରମୂଖ ବ୍ୟକ୍ତିତ୍ଵମାନେ ଅତିଥିଭାବେ ଯୋଗଦେଇ ହାତୀ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।

Comment