ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ବିଶ୍ୱ ହାତୀ ଦିବସ। ହାତୀ ଆମର ବନ୍ଧୁ, ଶତ୍ରୁ ନୁହେଁ। ଏକଥା ଲୋକଙ୍କୁ ଜଣାଇବା ପାଇଁ ହାତୀ ଦିବସ ପାଳନ କରାଯାଉଛି। ସାରା ବିଶ୍ୱରେ ହାତୀ ବଂଶ ବୃଦ୍ଧି ଓ ସେମାନଙ୍କ ସୁରକ୍ଷା ପାଇଁ ପ୍ରତି ବର୍ଷ ଅଗଷ୍ଟ ୧୨ ତାରିଖରେ ପାଳିତ ହେଉଛି ହସ୍ତୀଦିବସ।

ଏହି ଅବସରରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବିଶ୍ୱ ହାତୀ ଦିବସ ପାଳିତ ହୋଇଛି। ହାତୀଙ୍କୁ ସୁସ୍ୱାଦୁ କଦଳୀ, ନଡ଼ିଆ, ସେଓ ପ୍ରଭୃତି ଫଳ ଦିଆଯାଇଛି। ଏ ବର୍ଷ କରୋନା ମହାମାରୀ ଯୋଗୁଁ ବିଶ୍ୱ ହାତୀ ଦିବସ ନିରାଡମ୍ବର ଭାବେ ପାଳିତ ହୋଇଛି।

ନନ୍ଦନକାନନରେ ଏହା ଏକ ଉତ୍ସବ ଭାବେ ପାଳିତ ହୋଇଥାଏ। ଏହି ଅବସରରେ ଲୋକେ ହାତୀ ବିଷୟରେ କିଛି ଜାଣନ୍ତି ଓ ହାତୀକୁ ନିଜେ ଖାଇବାକୁ ଦିଅନ୍ତି।  ଅନ୍ୟ ଦିନଗୁଡ଼ିକରେ ସାଧାରଣ ଲୋକେ ନନ୍ଦନକାନନରେ ଥିବା ହାତୀମାନଙ୍କୁ ଖାଇବାକୁ ଦେଇପାରନ୍ତି ନାହିଁ। କାରଣ ଏଥିପାଇଁ କଟକଣା ରହିଛି। ଏବର୍ଷ କରୋନା ମହାମାରୀ ପାଇଁ ନନ୍ଦନକାନନ ବନ୍ଦ ରହିଛି। ଫଳରେ ସାଧାରଣ ଲୋକ ଆଜି ସାମିଲ ହୋଇପାରିନାହାନ୍ତି।

Comment