ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀର୍ଘ ୬ ମାସ ପରେ ଆଜି ପର୍ଯ୍ୟଟକ ନନ୍ଦନକାନନ ବୁଲିଛନ୍ତି। ପ୍ରଥମ ଦିନରେ ବହୁତ କମ ପର୍ଯ୍ୟଟକ ଆସିଥିବା ଦେଖିବାକୁ ମିଳିଛି। କରୋନା କଟକଣାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକମାନଙ୍କୁ ସୁରକ୍ଷିତ ଭାବେ ବୁଲାଇବା ପାଇଁ ନନ୍ଦନକାନନରେ ସବୁ ପ୍ରକାର ଯୋଜନା ପ୍ରସ୍ତୁତ କରାଯାଇଛି।

ପର୍ଯ୍ୟଟକଙ୍କ ପାଇଁ ମାସ୍କ, ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି।ଟିକେଟ୍ କାଉଣ୍ଟରଠାରୁ ଆରମ୍ଭ କରି ପ୍ରାଣୀ ଖୁଆଡ଼ ପର୍ଯ୍ୟନ୍ତ ସବୁଠାରେ ଯେମିତି ସାମାଜିକ ଦୂରତା ବଜାୟ ରହିବ, ସେଥିପାଇଁ ବ୍ୟବସ୍ଥା କରାଯାଇଛି। ନନ୍ଦନକାନନ ପରିସରକୁ ବିଶୋଧନ କରିବା ମେସିନ୍ ଲଗାଯାଇଛି।

ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଅକ୍ଟୋବର ପ୍ରଥମ ସପ୍ତାହରୁ ରାଜ୍ୟରେ ପର୍ଯ୍ୟଟନସ୍ଥଳ ଖୋଲିବା ବୋଲି ଘୋଷଣା କରିଥିଲେ। ମନ୍ତ୍ରୀଙ୍କ ଘୋଷଣା କ୍ରମେ ଆଜି ପ୍ରଥମ ପର୍ଯ୍ୟାୟରେ ନନ୍ଦନକାନ ଖୋଲିଛି।

Comment