ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି, ଡିସେମ୍ବର ୨୯ ତାରିଖରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୪ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବିଶ୍ଵସ୍ତରୀୟ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ଆଗୀମ ୮ରୁ ୧୦ ମାସ ଭିତରେ ନନ୍ଦନକାନନର ରୂପରେଖ ବଦଳିଯିବ ବୋଲି ପ୍ରତିଷ୍ଠା ଦିବସ ଅବସରରେ କହିଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ।

ପ୍ରତିଷ୍ଠା ଦିବସରରେ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗ ଦେଇ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ନନ୍ଦନକାନନର ବାର୍ଷିକ ରିପୋର୍ଟ ପ୍ରକାଶ କରିବା ସହ ନନ୍ଦନକାନନର ଥିମ୍ ସଙ୍ଗ ରିଲିଜ କରାଯାଇଛି।

ପାର୍ମା ଓ୍ଵାଲାବି ଖୁଆଡ଼ ଉଦଘାଟନ କରାଯାଇଛି। କ୍ୟୋସେଓ୍ଵାରୀ ଓ ଅଷ୍ଟ୍ରିଜକୁ ସ୍ଵତନ୍ତ୍ର ଖୁଆଡ଼ରେ ଛଡ଼ାଯାଇଛି। ଏହି ଅବସରରେ ନନ୍ଦନକାନନ ଇଣ୍ଟିଗ୍ରେଟେଡ ମନିଟରିଂ ସିଷ୍ଟମ ଆପ୍, ଷ୍ଟେଟ ଟାନିକାଲ ଗାର୍ଡେନରେ ଓ୍ଵେବସାଇଟ୍ ଉନ୍ମୋଚନ କରାଯିବା ସହ ରାଜ୍ୟ ବଟାନିକାଲ ଗାର୍ଡେନରେ ବାମ୍ବୁସେଟମର ଉଦଘାଟନ କରାଯାଇଛି। ହାଇଡ୍ରୋଫାଇଟ ଗାର୍ଡେନର ଉଦଘାଟନ ସହ ବାଘମାନଙ୍କର ନାମ ଘୋଷଣା କରାଯାଇଛି।

କାର୍ଯ୍ୟକ୍ରମରେ ଜଟଣୀ ବଧାୟକ ସୁରେଶ ରାଉତରାୟ, ଜଙ୍ଗଳ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏବଂ ପିସିସିଏଫ ଯୋଗ ଦେଇଥିଲେ।

୧୯୬୦ ମସିହା ଡିସେମ୍ବର ୨୯ ପ୍ରତିଷ୍ଠା ହୋଇଥିଲା ପ୍ରାଣୀ ଉଦ୍ୟାନ ନନ୍ଦନକାନକ। ବର୍ତ୍ତମାନ ନନ୍ଦନକାନନକୁ ବିଶ୍ଵସ୍ତରୀୟ କରିବା ଲାଗି ୫-ଟି ଉପକ୍ରମ ଅଧୀନରେ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଏଥିଲାଗି ଚୂଡ଼ଙ୍ଗ ଜଙ୍ଗଲ ଅଞ୍ଚଳକୁ ନନ୍ଦନକାନନରେ ସାମିଲ କରି ଏହାର ପରିସର ବୃଦ୍ଧି କରାଯିବ ଏବଂ ୨ଟି ପର୍ଯ୍ୟାୟରେ ଏହାର ଭିତ୍ତିଭୂମି ବିକାଶ କରିବାକୁ ନିଷ୍ପତ୍ତି ହୋଇଛି।

ନନ୍ଦନକାନନରେ ଦର୍ଶକମାନଙ୍କ ଲାଗି ଅତିରିକ୍ତ ଉନ୍ନତ ସୁବିଧା, ଆଧୁନିକ ଫ୍ରଣ୍ଟେଜ ଓ ଲ୍ୟାଣ୍ଡସ୍କେପିଂ, ଟନେଲ ଆକ୍ଵାରିୟମ, ଦେଶ ବିଦେଶ ନୂତନ ପ୍ରାଣୀ ଏବଂ ପିଲାମାନଙ୍କ ପାଇଁ ପ୍ରକୃତି ଶିକ୍ଷାର ଏକ ସ୍ଵତନ୍ତ୍ର ହବ ଭାବେ ବିକାଶ କରିବା ଲାଗି ବ୍ୟବସ୍ଥା ଉପରେ ଗୁରୁତ୍ଵ ଦିଆଯାଇଛି।

ନନ୍ଦନକାନନର ରୂପାନ୍ତରଣ କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟ ୨୦୦୩ରୁ ୨୦୨୫ ଓ ଦ୍ଵିତୀୟ ପର୍ଯ୍ୟାୟ ୨୦୨୫ରୁ ୨୦୨୮ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ପ୍ରଥମ ପର୍ଯ୍ୟାୟରେ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନର ବିକାଶ ହେବାକୁ ଥିବାବେଳେ ଦ୍ଵିତୀୟ ପର୍ଯ୍ୟାୟରେ ଚୂଡ଼ଙ୍ଗ ଜଙ୍ଗଲ ଅଞ୍ଚଳର ବିକାଶ କରାଯିବ।

Tags: #NandanKanan #FoundationDayOfNandanKanan #Bhubaneswar #Odisha #Transfermation

Comment