ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀର ମୁଖ୍ୟ ରାସ୍ତା ଉପରେ ହେଉଥିବା ଭିଡ଼କୁ କମାଇବା ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି କ୍ରମରେ ଜୟଦେବ ବିହାର ଓ ନନ୍ଦନକାନନ ମଧ୍ୟରେ ଦୁଇଟି ଫ୍ଲାଇଓଭର ନିର୍ମାଣ ପାଇଁ ଯୋଜନା ହୋଇଛି।

ଯୋଜନା ଅନୁଯାୟୀ, ଗୋଟିଏ ଫ୍ଲାଇଓଭର କଳିଙ୍ଗ ହସ୍ପିଟାଲ ଛକରେ ଓ ଦ୍ୱିତୀୟଟି ଡମଣା ଛକରେ ନିର୍ମାଣ କରାଯିବ। ତାଛଡ଼ା ବର୍ତ୍ତମାନର ରାସ୍ତାଗୁଡ଼ିକୁ ଚଉଡ଼ା କରିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି।

ଏସବୁର ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବା ପାଇଁ ଏକ କନ୍ସଲ୍‌ଟିଙ୍ଗ୍ ସଂସ୍ଥାକୁ ନିଯୁକ୍ତି ଦିଆଯାଇଛି। ରାସ୍ତା ସଂପ୍ରସାରଣ ପାଇଁ ସ୍କେଚ୍ ମ୍ୟାପ୍ ତିଆରି ସରିଛି। କେବଳ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ତିଆରି ହେବାକୁ ବାକି ଅଛି। ଦୁଇଟି ଫ୍ଲାଇଓଭର ନିର୍ମାଣ ପାଇଁ ନିକଟରେ ଏକ ଉଚ୍ଚସ୍ତରୀୟ କମିଟି ବସିଥିଲା। କମିଟି ଏହି ପ୍ରସ୍ତାବକୁ ଅନୁମୋଦନ କରିଛି।

LEAVE A REPLY

Please enter your comment!
Please enter your name here