ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାପା ଓ ଜେଜେଙ୍କ ଦ୍ୱାରା ଅନୁପ୍ରାଣୀତ ହୋଇ ଡକ୍ଟର ଶ୍ରୁତି ମହାପାତ୍ର ଚାହୁଁଥିଲେ ପ୍ରଶାସନିକ ଅଧିକାରୀ ହେବେ। ସେଥିପାଇଁ ସେ ନିଜକୁ ପ୍ରସ୍ତୁତ ମଧ୍ୟ କରିଥିଲେ। ପରୀକ୍ଷାରେ ସଫଳ ମଧ୍ୟ ହେଲେ। କିନ୍ତୁ ଭାଗ୍ୟର ବିଡମ୍ବନା କିଛି ଅଲଗା ଥିଲା। ଏକ ଦୁର୍ଘଟଣାରେ ସେ ସ୍ୱାଭାବିକ ଜୀବନକୁ ହରାଇବସିଲେ। ତାଙ୍କ ସ୍ୱପ୍ନ ସ୍ୱପ୍ନରେ ରହିଗଲା। କିନ୍ତୁ ମନ ଭିତରେ ଥିବା ଅଦମ୍ୟ ଇଚ୍ଛାଶକ୍ତି ତାଙ୍କୁ ତାଙ୍କ ଲକ୍ଷ୍ୟରୁ ହଟାଇପାରିଲା ନାହିଁ।

ନିଜ ସ୍ୱପ୍ନ ପୂରା ହୋଇନଥିଲେ ବି ଯେଉଁମାନେ ପ୍ରଶାସନିକ ସେବାରେ ଯୋଗ ଦେବାକୁ ପ୍ରସ୍ତୁତ ହେଉଛନ୍ତି ସେମାନଙ୍କୁ କୋଚିଂ ଦେବା ଆରମ୍ଭ କଲେ। ଏହାସହିତ ଦିବ୍ୟାଙ୍ଗମାନଙ୍କ ପାଇଁ ଲଢ଼େଇ ଆରମ୍ଭ କଲେ। ଆଜି ସେ ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ଜଣେ ପରିଚିତ ଚେହେରା।

ସ୍ୱପ୍ନ, ସଂଘର୍ଷ ଓ ସାଧନାର ଅନ୍ୟ ନାଁ ଡକ୍ଟର ଶ୍ରୁତି ମହାପାତ୍ର ଓଡ଼ିଶାଲାଇଭକୁ ଦେଇଥିବା ସାକ୍ଷାତକାରରେ ନିଜ ଜୀବନର ଅନେକ ଅଭୁଲା ସ୍ମୃତି ବାଣ୍ଟିଛନ୍ତି। ମାର୍ଚ୍ଚ ୮, ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଓଡ଼ିଶାଲାଇଭ୍‌ ୟୁଟ୍ୟୁବ୍‌ ଚାନେଲରେ ଦେଖନ୍ତୁ ଡକ୍ଟର ଶ୍ରୁତି ମହାପାତ୍ରଙ୍କ କାହାଣୀ।

Comment