ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ସହରରେ ଏବର୍ଷ ଦୂର୍ଗାପୂଜା ପାଳନ କରିବା ନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି। ବାଲୁ ବଜାର ପୂଜା କମିଟି ପକ୍ଷରୁ ଏହି ପିଆଇଏଲ ହୋଇଛି। ଶାରଦୀୟ ଦୁର୍ଗାପୂଜା ପାଳନ ପାଇଁ ଅନୁମତି ପ୍ରଦାନ ପାଇଁ ଏଥିରେ ନିବେଦନ କରାଯାଇଛି।

ଏହି ସମ୍ପର୍କରେ ଓଡିଶା ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ମଧ୍ୟ ପିଟିସନରେ ନିବେଦନ କରିଛନ୍ତି ପୂଜା କମିଟି। କୋଭିଡ ୧୯ ନିୟମକୁ କଡ଼ାକଡ଼ି ପାଳନ କରାଯିବ ବୋଲି ଏହି ପିଆଇଏଲରେ କୁହାଯାଇଛି।

ଯଦି କରୋନା କଟକଣା ଭିତରେ ପୁରୀରେ ରଥଯାତ୍ରା ଅନୁଷ୍ଠିତ ହୋଇପାରିଲା କଟକରେ ଦୁର୍ଗାପୂଜା କାହିଁକି ହୋଇ ନପାରିବ ବୋଲି ଏହି ମାମଲାରେ ଉଲ୍ଲେଖ କରାଯାଇଛି।

Comment