ଓଡ଼ିଶାଲାଇଭ୍ ବ୍ୟୁରୋ

ଫଟାଫଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଇପିଏଲ ପାଇଁ ଦୁବାଇରେ ପହଞ୍ଚିସାରିଛନ୍ତି ୮ଟି ଯାକ ଦଳ। ବର୍ତ୍ତମାନ ପାଇଁ ଦଳର ସମସ୍ତ ଖେଳାଳି କ୍ୱାରେଣ୍ଟାଇନରେ ରହିଥିବାବେଳେ, କ୍ୱାରେଣ୍ଟାଇନ୍ ଶେଷ ହେବା ପରେ ସେମାନେ କୋଭିଡ୍ ଗାଇଡଲାଇନ୍ ଅନୁଯାୟୀ ଅଭ୍ୟାସ ଆରମ୍ଭ କରିବେ। ଏହାପରେ ସେପ୍ଟେମ୍ବର ୧୯ରୁ ଆରମ୍ଭ ଆଇପିଏଲ୍।

ତେବେ ବର୍ତ୍ତମାନ ସମୟରେ ଖେଳାଳିମାନେ ରହୁଥିବା ହୋଟେଲକୁ ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଛି। ଆଇପିଏଲ୍ ଫ୍ରାଞ୍ଚାଇଜମାନେ ନିଜ ଖେଳାଳିଙ୍କୁ ସୁରକ୍ଷିତ ରଖିବାକୁ ଦୁବାଇର ଦାମୀ ହୋଟେଲ୍ ବୁକ୍ କରିଥିବା ଜଣାପଡ଼ିଛି।

ଆସନ୍ତୁ ଜାଣିବା କେଉଁ ଦଳ ରହିଛନ୍ତି କେଉଁ ହୋଟେଲରେ?ଆଇପିଏଲ୍ ଦଳ ଚେନ୍ନାଇ ସୁପରକିଙ୍ଗସର ଖେଳାଳିମାନେ ଦୁବାଇରେ ଥିବା ତାଜ ହୋଟେଲରେ ରହୁଛନ୍ତି। ଏହି ହୋଟେଲ ବୁର୍ଜ ଖଲିଫାର ଅତି ନିକଟରେ ଥିବାବେଳେ ଏହା ଦେଖିବାକୁ ବହୁତ ସୁନ୍ଦର ଓ ବିଳାସପୂର୍ଣ୍ଣ।ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ଦଳ ଆବୁଧାବିରେ ଥିବା ସେଣ୍ଟ ରେଗିସ୍ ହୋଟେଲରେ ରହୁଛି। ଏହି ହୋଟେଲର ବିଶାଳତା ଆପଣ ଏହି ଫଟୋରୁ ଜାଣିପାରୁଥିବେ। ଏହି ହୋଟେଲରୁ ଖେଳାଳିମାନେ ସମୁଦ୍ରର ମଜା ମଧ୍ୟ ନେଇପାରିବେ।

ଦିଲ୍ଲୀ କ୍ୟାପିଟାଲ୍ସ ଦଳର ଖେଳାଳିମାନେ ଦୁବାଇରେ ଥିବା ପ୍ୟାଲେସ୍ ଡାଉନଟାଉନରେ ରହୁଛନ୍ତି। ବିଶ୍ୱର କେତୋଟି ନାମୀଦାମୀ ହୋଟେଲ ମଧ୍ୟରୁ ଏହା ଗୋଟିଏ। ଏହି ହୋଟେଲ ତାର ପ୍ରସିଦ୍ଧ ୱାଟର ଫାଉଣ୍ଟେନ୍ ପାଇଁ ପ୍ରସିଦ୍ଧି ଅର୍ଜନ କରିଛି।ଆଇପିଏଲର ଅନ୍ୟତମ ଦଳ ସନରାଇଜର୍ସ ହାଇଦ୍ରାବାଦର ଖେଳାଳିମାନେ ଦୁବାଇର ରିଜ୍ କାର୍ଲଟନ ହୋଟେଲରେ ରହୁଛନ୍ତି। ସେହିପରି କୋଲକାତା ଦଳର ଖେଳାଳିମାନେ ମଧ୍ୟ ସେହି ରିଜ୍ କାର୍ଲଟନରେ ରହୁଛନ୍ତି।

ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚାଲେଞ୍ଜର୍ସ ବେଙ୍ଗାଳୁରୁ ଦଳର ଖେଳାଳିମାନେ ଦୁବାଇର ୱାଲଡ୍ରଫି ଆଷ୍ଟୋରିଆରେ ରହୁଛନ୍ତି। ଏହି ହୋଟେଲ ଦେଖିବାକୁ ଯେତିକି ସୁନ୍ଦର ଏହା ଭିତରର ରୁମ୍ ମଧ୍ୟ ସେତିକି ବିଳାସପୂର୍ଣ୍ଣ। ଏପରିକି କ୍ୟାପଟେନ୍ କୋହଲି ଦୁବାଇ ପହଞ୍ଚିବା ପରେ ଏହି ହୋଟେଲରେ ତାଙ୍କ ଫଟୋ ମଧ୍ୟ ସେଆର୍ କରିଛନ୍ତି।BGUସେହିପରି ଆଇପିଏଲ୍ ଦଳ ରାଜସ୍ଥାନ ରୟାଲ ଦୁବାଇର ରୟାଲ ମିରାଜ ଓ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ଦଳ ସୋଫିଟେଲ୍ ପାମ ହୋଟେଲରେ ରହିଛନ୍ତି। ଦୁବାଇର ଏହି ଦାମୀ ହୋଟେଲରେ ଆଇପିଏଲ୍ ଖେଳାଳିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

Comment