ଓଡ଼ିଶାଲାଇଭ୍ ବ୍ୟୁରୋ

ଲଘୁଚାପ ବର୍ଷା ପ୍ରଭାବରେ ବାଲେଶ୍ଵର ଜିଲ୍ଲାରେ ଫୁଲିବାରେ ଲାଗିଛି ବିଭିନ୍ନ ନଦୀ। ଜିଲ୍ଲାରେ ପ୍ରବାହିତ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ଦିନକୁ ଦିନ ବଢ଼ି ବିପଦ ସଙ୍କେତ ଆଡ଼କୁ ଯାଉଛି। ନଦୀରେ ବିପଦ ସଙ୍କେତ ୮.୧୩ ମିଟର ଥିବାବେଳେ ବର୍ତ୍ତମାନ ଜଳସ୍ତର ୮.୧୦ ମିଟର ରହିଛି।
ନଦୀରେ ଜଳସ୍ତର ବ଼ଢ଼ିବାପରେ ରେମୁଣା ସମେତ ବାଲେଶ୍ଵର ସଦରର ଶହ ଶହ ହେକ୍ଟର ଚାଷଜମି ଏବେ ଜଳମଗ୍ନ ହୋଇପଡ଼ିଛି। ଏଥିସହ ଅନେକ ସ୍କୁଲ ଏବଂ ଗାଁ’ର ଶତାଧିକ ଘର ଏବେ ପାଣି ଘେରରେ ରହିଛି। ବୁଢ଼ାବଳଙ୍ଗ ସମେତ ଜଳକା ଏବଂ ସୁବର୍ଣ୍ଣରେଖା ନଦୀରେ ମଧ୍ୟ ଜଳସ୍ତର ବଢ଼ି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।“ଜିଲ୍ଲାରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣର ଶୁଖିଲା ଖାଦ୍ୟ ସହ ଉଦ୍ଧାରକାରୀ ଡଙ୍ଗାଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି। ଆବଶ୍ୟକ ପଡ଼ିଲେ ଲୋକମାନଙ୍କୁ ସ୍ଥାନାନ୍ତରଣ ମଧ୍ୟ କରାଯାଇପାରେ”, କହିଛନ୍ତି ସ୍ଵତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା।
BGU
ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ବାଲେଶ୍ଵର ସହରର ତଳିଆ ଅଞ୍ଚଳର ଚୂନଭାଟି, ବାଲିଆ, ଦଉଡ଼ିଭାଙ୍ଗା, ଚୂନିଆଜୁରି ଏବଂ ଆରଡ଼ି ବଜାର ତଳ ସାହିରେ ଶତାଧିକ ଘର ପାଣି ଘେରରେ ରହିଛିନ୍ତି।

Comment