ଓଡ଼ିଶାଲାଇଭ୍ ବ୍ୟୁରୋ
ହୀରାକୁଦ ଡ୍ୟାମର ଆଉ ୪ ଗେଟ୍ ଖୋଲିଲା। ଏଥିସହ ବର୍ତ୍ତମାନ ହୀରାକୁଦର ମୋଟ ୪୦ଟି ଗେଟ୍ ଦେଇ ଏବେ ବନ୍ୟାଜଳ ନିଷ୍କାସିତ ହେଉଛି। ଉପର ମୁଣ୍ଡରେ ଲଗାଣ ବର୍ଷା କାରଣରୁ ଏବେ ହୀରାକୁଦର ଜଳସ୍ତର ବୃଦ୍ଧି ପାଉଛି। ତେଣୁ ଅଧିକ ସଂଖ୍ୟକ ଗେଟ୍ ଖୋଲାଯାଉଛି ବୋଲି କୁହାଯାଇଛି।
ଶୁକ୍ରବାର ଏସଆରସି ମଧ୍ୟ ଏନେଇ ସୂଚନା ଦେଇଥିଲେ। ଉପର ମୁଣ୍ଡରେ ବର୍ଷା କାରଣରୁ ଏବେ ପ୍ରାୟ ୮ ଲକ୍ଷ କ୍ୟୁସେକ୍ ଜଳ ହୀରାକୁଦରେ ପ୍ରବେଶ କରୁଛି। ସେହିଭଳି ୬ ଲକ୍ଷ କ୍ୟୁସେକ୍ ଜଳ ବାହାରକୁ ଛାଡ଼ିବାକୁ ଲକ୍ଷ୍ୟ ରଖାଯାଇଛି।
ହୀରାକୁଦରୁ ଜଳ ଛଡ଼ାଯିବା ପରେ ତଳିଆ ଅଞ୍ଚଳର ପାଣିକୁ ମିଶାଇ ମୁଣ୍ଡଳୀଠାରେ ପ୍ରାୟ ୧୦ରୁ ସାଢେ ୧୦ ଲକ୍ଷ କ୍ୟୁସେକ୍ ଜଳ ଯିବ ବୋଲି ଏସ୍ଆରସି ସୂଚନା ଦେଇଥିଲେ।


















