ଓଡ଼ିଶାଲାଇଭ୍‌ ବ୍ୟୁରୋJALAKA FLOOD

ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବନ୍ୟା ହୋଇଛି। ଫଳରେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ଅନେକ ଲୋକ। ବିଭିନ୍ନ ବନ୍ୟା ପ୍ରଭାବିତ ଜିଲ୍ଲାରେ ମୁକାବିଲା ପାଇଁ  ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି।

କେନ୍ଦ୍ରପଡ଼ା ଜିଲ୍ଲା ପାଇଁ ହେମନ୍ତ ଶର୍ମା, କଟକ ଜିଲ୍ଲା ପାଇଁ ଡି କେ ସିଂ, ବାଲେଶ୍ୱର ପାଇଁ ବିଶାଳ ଦେବ, ଭଦ୍ରକ ଜିଲ୍ଲା ପାଇଁ ବିଷ୍ଣୁପଦ ସେଠୀ, ଯାଜପୁର ପାଇଁ ଭି ଭି ଯାଦବ, ଜଗତସିଂପୁର ପାଇଁ ସତ୍ୟବ୍ରତ ସାହୁ, କେନ୍ଦ୍ରାଞ୍ଚଳ ଆର୍‌ଡିସ ଅନିଲ ସାମଲଙ୍କୁ  ପୁରୀ ଜିଲ୍ଲା ଦାୟିତ୍ୱ ଦିଆଯାଇଛି।BGU

ଅନ୍ୟପକ୍ଷରେ ରାଜ୍ୟରେ ବନ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ବିଭିନ୍ନ ଜିଲ୍ଲା ଉପରେ ନଜର ରଖାଯାଇଛି। ଓଡ୍ରାଫ ଓ ଏନଡିଆରଏଫ୍‌ ଟିମଙ୍କୁ ବନ୍ୟାଞ୍ଚଳକୁ ପଠାଯାଇଛି। ଏଥିସହ ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ।

LEAVE A REPLY

Please enter your comment!
Please enter your name here