ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋdubbing artist

ସାଉଥ ଫିଲ୍ମ ହେଉ ବା ହଲିଉଡ, ଲୋକଙ୍କ ମଧ୍ୟରେ ସୁପରହିରୋମାନଙ୍କୁ ନେଇ ବହୁତ କ୍ରେଜ୍ ରହିଛି। ସେ ‘ବାହୁବଲୀ’ ହେଉ ବା ‘ଆଇରନ୍ ମ୍ୟାନ୍’, ଦର୍ଶକଙ୍କ ମଧ୍ୟରେ ସମସ୍ତଙ୍କର ସ୍ୱତନ୍ତ୍ର ସ୍ଥାନ ରହିଛି। ତେବେ କେବଳ ଅଭିନୟ ନୁହେଁ ଏହି ସୁପରହିରୋଙ୍କ ଆଓ୍ୱାଜର ମଧ୍ୟ ଦିଓ୍ୱାନା ଥାନ୍ତି ଲୋକେ। ଏହି ସୁପରହିରୋଙ୍କ ଫିଲ୍ମର ହିନ୍ଦୀ ଭର୍ସନରେ ଡବିଂ କରିବାକୁ ପଡ଼ିଥାଏ ଯେଉଁଥିରେ ଏହି ସୁପରହିରୋଙ୍କ ଚରିତ୍ରକୁ ନିଜର ସ୍ୱର ଦେଇଥାନ୍ତି ଡବିଂ ଆର୍ଟିଷ୍ଟ।

ତେବେ ଟିଭି ଇଣ୍ଡଷ୍ଟ୍ରୀରେ ଏପରି କେତେକ କଳାକାର ଅଛନ୍ତି ଯେଉଁମାନେ କେବଳ ସାଉଥ୍ ନୁହେଁ, ହଲିଉଡ ଫିଲ୍ମଗୁଡ଼ିକରେ ମଧ୍ୟ ଡବିଂ କରିଛନ୍ତି। ଏbahubali hindi dubbing

ବହୁଚର୍ଚ୍ଚିତ ଫିଲ୍ମ ‘ବାହୁବଲୀ’ରେ ପ୍ରଭାସଙ୍କ ଅଭିନୟକୁ ବେଶ୍ ପସନ୍ଦ କରିଥିଲେ ଦର୍ଶକ। ତେବେ ଏହି ଫିଲ୍ମର ହିନ୍ଦୀ ଭର୍ସନରେ ‘ବାହୁବଲୀ’  ଚରିତ୍ର ପାଇଁ ଡବିଂ କରିଥିଲେ ଟିଭି ଆକ୍ଟର ଶରଦ କେଲକର। ଏଥିରେ ତାଙ୍କ କଣ୍ଠସ୍ୱରକୁ ବେଶ୍ ପସନ୍ଦ କରିଥିଲେ ଦର୍ଶକ। ଏହା ବ୍ୟତୀତ ଶରଦ ଓ୍ୱିନ୍ ଡିଜେଲ୍, ଜେସନ୍ କ୍ଲର୍କ, ଜେସନ୍ ଷ୍ଟେଥମଙ୍କ ଭଳି ହଲିଉଡ ଅଭିନେତାଙ୍କ ପାଇଁ ମଧ୍ୟ ଡବିଂ କରିଛନ୍ତି।ironman hindi dubbing

ହଲିଉଡର ଲୋକପ୍ରିୟ ସୁପରହିରୋ ‘ଆଇରନ ମ୍ୟାନ’ଙ୍କ ଚରିତ୍ର ପାଇଁ ଡବିଂ କରିଛନ୍ତି ରାଜେଶ ଖଟ୍ଟର। ‘ଆଇରନ୍ ମ୍ୟାନ’ ଭାବେ ରବର୍ଟ ଡାଉନି ଜୁନିୟରଙ୍କ ଅଭିନୟ ସହ ରାଜେଶ ଖଟ୍ଟରଙ୍କ ଆଓ୍ୱାଜକୁ ବେଶ୍ ପସନ୍ଦ କରନ୍ତି ଦର୍ଶକ। ରାଜେଶ ଖଟ୍ଟର ହେଉଛନ୍ତି ବଲିଉଡ ଅଭିନେତା ଇଶାନ ଖଟ୍ଟରଙ୍କ ପିତା।

ହିଲଉଡ ଫିଲ୍ମ ସିରିଜ୍ ‘ଆଭେଞ୍ଜର୍ସ’ରେ ଥର ଭୂମିକାର ଦର୍ଶକଙ୍କ ମନୋରଞ୍ଜନ କରିଥିଲ ହଲିଉଡ ଅଭିନେତା କ୍ରିସ୍ ହେମ୍ସଓ୍ୱାର୍ଥ। ଏହି ଚରିତ୍ରର ହିନ୍ଦୀ ଭର୍ସନ ପାଇଁ ଡବିଂ କରିଥିଲେ ‘ନାଗିନ ୩’, ‘ବଡ଼ ଅଛେ ଲଗତେ ହେଁ’ ର ଅଭିନେତା ସପ୍ତଋଷି ଘୋଷ।thar dubbing

‘ଥର ରେଗ୍ନାରକ’ ଏବଂ ‘ଆଭେଞ୍ଜର୍ସ: ଇନଫିନିଟି ଓ୍ୱାର’ ର ହିନ୍ଦୀ ଭର୍ସନରେ ‘ଥର’ ଚରିତ୍ର ପାଇଁ ଡବିଂ କରିଥିଲେ ଟିଭିର ଲୋକପ୍ରିୟ ଅଭିନେତା ଗୌରବ ଚୋପ୍ରା।

‘କ୍ୟାପଟେନ୍ ଆମେରିକା’ର ହିନ୍ଦୀ ଚରିତ୍ର ପାଇଁ ଡବି କରିଥିଲେ ଅଭିନେତା ଜୟ ସେନଗୁପ୍ତା। ଜୟ ଟେଲିଭିଜନ୍ ସହ ଫିଲ୍ମ ଇଣ୍ଡଷ୍ଟ୍ରୀର ମଧ୍ୟ କାମ କରିଛନ୍ତି।BGU

‘ଗାଡ଼ିଆନ୍ ଅଫ୍ ଦ ଗ୍ୟାଲେକ୍ସି ୨’ ଏବଂ ‘ଆଭେଞ୍ଜର୍ସ: ଏଣ୍ଡ୍ ଗେମ୍’ ରେ ପିଟର କ୍ୱିଲ୍ ଏବଂ ଷ୍ଟାର ଲଡଙ୍କ ଚରିତ୍ରକୁ ନିଜର ସ୍ୱର ଦେଇଛନ୍ତି ଟିଭି ତଥା ଫିଲ୍ମ ଅଭିନେତା ରୋହିତ ରୟ।

Comment