ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ରାଷ୍ଟ୍ରୀୟ ପୁରସ୍କାର ଓ ଫିଲ୍ମ ଫେଆର୍ ଆୱାର୍ଡ ହାସଲ କରିଥିବା ରାଜକୁମାର ରାଓ ଏବେ ଜଣେ ଚର୍ଚ୍ଚିତ ଓ ସଫଳ କଳାକାର। ଆଜି ଏହି ଅଭିନେତା ନିଜର ୩୬ତମ ଜନ୍ମଦିନ ପାଳନ କରୁଛନ୍ତି। ଜନ୍ମଦିନରେ ତାଙ୍କ ଗର୍ଲଫ୍ରେଣ୍ଡ ପତ୍ରଲେଖା ତାଙ୍କୁ ଶୁଭେଚ୍ଛା ଦେବା ସହିତ ଫ୍ୟାନ୍ସମାନଙ୍କର ବି ଶୁଭେଚ୍ଛାର ସୁଅ ଛୁଟିଛି। ତେବେ ରାଜକୁମାର ଜନ୍ମଦିନରେ ଆସନ୍ତୁ ଜାଣିବା ବିନା୍‌ ଗଡଫାଦରରେ ଇଣ୍ଡଷ୍ଟ୍ରିରେ ସେ କିଭଳି ରାଜ କରୁଛନ୍ତି?BGU

ରାଜକୁମାରଙ୍କ ପ୍ରଥମ ସିନେମା ହେଲା ‘ଲଭ୍ ସେକ୍ସ ଔର୍ ଧୋକା’। ଏହାପରେ ସେ ‘ସାହିଦ୍’, ‘କୁଇନ୍’, ‘ସିଟି ଲାଇଟ୍ସ’, ‘ଆଲିପଡ଼’, ‘ଟ୍ରାପଡ୍’, ‘ନିଉଟନ୍’ ଏବଂ ‘ବରେଲି କି ବର୍ଫି’ ଭଳି ସିନେମାରେ ନଜର ଆସିଛନ୍ତି। ବର୍ତ୍ତମାନ ସୁଦ୍ଧା ପାଖାପାଖି ୧୦ଟି ଫିଲ୍ମରେ ଅଭିନୟ କରିଛନ୍ତି ରାଜ କୁମାର। କମ୍‌ ସମୟ ମଧ୍ୟରେ ସେ ନିଜର ଦକ୍ଷତା ବଳରେ ବଲିଉଡରେ ସଫଳ ହୋଇଛନ୍ତି।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ସେ କୌଣସି ଗଡଫାଦରଙ୍କ ଜରିଆରେ ଇଣ୍ଡଷ୍ଟ୍ରିରେ  ଡେବ୍ୟୁ କରିନାହନ୍ତି। ପୁନେ ଫିଲ୍ମ ଇନଷ୍ଟିଚ୍ୟୁଟ୍‌ରୁ ପାସ୍ ହେବା ପରେ ରାଜକୁମାର ବଲିଉଡ଼ରେ ସଂଘର୍ଷ କରି ସଫଳତା ହାସଲ କରିଛନ୍ତି।

Comment