ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋnia sharma

ଖୁବ୍ କମ୍ ସମୟ ମଧ୍ୟରେ ନିଆ ଶର୍ମା ଟିଭି ଇଣ୍ଡଷ୍ଟ୍ରିରେ ଢେର ସଫଳତା ହାସଲ କରିଛନ୍ତି। ସାମ୍ବାଦିକତା ଛାଡ଼ି ଅଭିନୟରେ ପଦେ ଦେଇଥିବା ନିଆଙ୍କ କ୍ୟାରିୟରରେ ଏବେ ଆଉ ଏକ ସଫଳତା ଯୋଡ଼ି ହୋଇଯାଇଛି। କଲର୍ସ ଟିଭରେ ପ୍ରସାରିତ ହେଉଥିବା ‘ଖତରୋଁ କେ ଖିଲାଡି-ମେଡ୍ ଇନ୍ ଇଣ୍ଡିଆ’ର ବିଜେତା ହୋଇଛନ୍ତି ନିଆ। ଟ୍ରଫି ସହ ନିଆ ନିଜର ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରି ସୋ’ର ମେକର୍ସଙ୍କୁ ଧନ୍ୟବାଦ ଦେଇଛନ୍ତି।

ନିଆ ଏହା ପୂର୍ବରୁ ମଧ୍ୟ ‘ଖତରୋଁ କି ଖିଲାଡି ସିଜିନ ୮’ରେ ଭାଗ ନେଇଥିଲେ। ମାତ୍ର ସେଥିରେ ସଫଳ ହୋଇପାରିନଥିଲେ। କିନ୍ତୁ  ଟିଭି ଦୁନିଆଠୁ ଆରମ୍ଭ କରି ଓ୍ୱେବ୍ ସିରିଜ୍ ଯାଏଁ ସବୁଠି ନିଆ ଶର୍ମାଙ୍କ ସଫଳତା ରହିଛି।  ନିଜ ହଟ୍ ଲୁକକୁ ନେଇ ସବୁବେଳେ ଚର୍ଚ୍ଚାରେ ଥା’ନ୍ତି ନିଆ।BGU

ଏକ ହଜାରୋ’ ମେ ମେରୀ ବେହେନା, ନାଗିନ, ଜମାଇ ରାଜା, ଇଶ୍ମ ମେ ମରଜାଓ୍ୱା ଭଳି ହିଟ ସୋ’ ଲିଡ ରୋଲରେ ଅଭିନୟ କରିଛନ୍ତି ନିଆ।

ତେବେ ଟି.ଭି ଜଗତକୁ ଆସିବା ପୂର୍ବରୁ ନିଆ ଜଣେ ସାମ୍ବାଦିକ ଭାବେ କାମ କରୁଥିଲେ। ଦିଲ୍ଲୀର ଏକ ଜର୍ନାଲିଜିମ ସ୍କୁଲରେ ସେ ମାସ କମ୍ୟୁନିକେସନ ପଢ଼ିଛନ୍ତି।

Comment