ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୦ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ ପାଇଛି।  ଆଇପିଏଲର ୧୩ତମ ସିଜନ ସେପ୍ଟେମ୍ବରରୁ ୧୩ରୁ  ଆବୁଧାବିରେ ଆରମ୍ଭ ହେବ। ଉଦ୍‌ଘାଟନୀ ମ୍ୟାଚ୍ ଗତ ଥରର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରନର୍ସ ଅପ୍ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ହେବ।

ଏହାପରେ  ସେପ୍ଟେମ୍ବର ୨୦ ରବିବାର ଦିନ, ଦୁବାଇରେ ଦିଲ୍ଲୀ କ୍ୟପିଟାଲ୍ସ  ଏବଂ କିଙ୍ଗସ ଇଲେଭେନ୍‌ ପଞ୍ଜାବ ମଧ୍ୟରେ ମ୍ୟାଚ୍ ହେବ।

ସେପ୍ଟେମ୍ବର ୨୧, ସୋମବାର ରେ ଦୁବାଇରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମୁକାବିଲା ହେବ।  ସେପ୍ଟେମ୍ବର ୨୨ ମଙ୍ଗଳବାର ଦିନ ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ଶାରଜାଠାରେ ମୁହାଁମୁହିଁ ହେବେ।

ଆଇପିଏଲର ସର୍ବାଧିକ ୨୪ଟି ମ୍ୟାଚ୍ ଦୁବାଇରେ ଖେଳାଯିବ।  ଆବୁଧାବିରେ ୨୦ଟି ଏବଂ ଶାରଜାହରେ ୧୨ ଟି ମ୍ୟାଚ୍ ଖେଳାଯିବ। ଆଇପିଏଲ ଗଭର୍ଣ୍ଣିଙ୍ଗ୍‌ କାଉନସିଲ ଫାଇନାଲ ମ୍ୟାଚର ଆୟୋଜନ ସ୍ଥଳ ଘୋଷଣା ପରେ କରାଯିବ କହିଛି।BGU

୧୦ନଭେମ୍ବରରେ ଆଇପିଏଲ୍ ଫାଇନାଲ୍

ଏହି ଟୁର୍ଣ୍ଣାମେଣ୍ଟ ୧୯ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୫୩ ଦିନ ଚାଲିବ। ୧୦ ନଭେମ୍ବରରେ ଆଇପିଏଲ୍ ଫାଇନାଲ୍ ଅନୁଷ୍ଠିତ ହେବ। ଏଥର ଆଇପିଏଲର ୧୦ଟି ଡବଲ୍ ହେଡର୍ (ଗୋଟିଏ ଦିନରେ ଦୁଇଟି ମ୍ୟାଚ୍) ଖେଳାଯିବ।

ଏଥର ଆୟୋଜକମାନେ ଆଇପିଏଲ୍ ମ୍ୟାଚ୍ର ନିୟମିତ ସମୟଠାରୁ ୩୦ ମିନିଟ୍ ଆଗୁଆ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନୂଆ ସମୟ ଅନୁସାରେ ପ୍ରଥମ ମ୍ୟାଚ ସାଢ଼େ ୩ଟାରୁ ହେବ। ଦ୍ୱିତୀୟ ମ୍ୟାଚ ସନ୍ଧ୍ୟା ସାଢ଼େ ୭ଟାରୁ ହେବ।

Comment