ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡ ଅଭିନେତା ଅର୍ଜୁନ କପୁର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ଅର୍ଜୁନ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଅର୍ଜୁନଙ୍କ ଏହି ପୋଷ୍ଟ ପରେ ପ୍ରଶଂସକମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

ବର୍ତ୍ତମାନ ଅର୍ଜୁନ ହୋମ୍ କ୍ଵାରେଣ୍ଟାଇନ୍‌ରେ ଅଛନ୍ତି। ଏନେଇ ଅର୍ଜୁନ ନିଜ ଇନ୍‌ଷ୍ଟାଗ୍ରାମରେ ଲେଖିଛନ୍ତି, “ମୋର କରୋନା ଭାଇରସ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି। ବର୍ତ୍ତମାନ ମୁଁ ଠିକ୍ ଅଛି ଏବଂ ମୋଠାରେ ସାମାନ୍ୟ ଲକ୍ଷଣ ପ୍ରକାଶ ପାଇଛି। ଡାକ୍ତର ଓ ସ୍ଵାସ୍ଥ୍ୟ ଅଧିକାରୀଙ୍କ ପରାମର୍ଶ କ୍ରମେ ମୁଁ ନିଜେ ହୋମ୍ କ୍ଵାରେଣ୍ଟାଇନ୍‌ରେ ରହିଛି।”

ଏହାପରେ ଅର୍ଜୁନ ଲେଖିଛନ୍ତି, “ମୋତେ ସପୋର୍ଟ କରିଥିବାରୁ ଆପଣ ସମସ୍ତଙ୍କୁ ଆଗୁଆ ଧନ୍ୟବାଦ। ମୁଁ ମୋ ସ୍ଵାସ୍ଥ୍ୟ ବିଷୟରେ ନିୟମିତ ସୂଚନା ଦେବି। ଏହା ହେଉଛି ଏକ କଠିନ ସମୟ। ମାନବିକତା ଆଗରେ ଏହି ଭାଇରସ୍ ହାରିଯିବ ବୋଲି ମୋର ବିଶ୍ଵାସ ରହିଛି।”BGUଅର୍ଜୁନଙ୍କର ଏହି ପୋଷ୍ଟ ପରେ ପ୍ରଶଂସକଙ୍କ ସମେତ ବହୁ ସେଲିବ୍ରିଟି ତାଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି। ଟାଇଗର ସ୍ରଫ୍, ସାକିବ୍ ସଲେମ, ସୋଫି ଚୌଧୁରୀଙ୍କ ପରି ବହୁ କଳାକାର ତାଙ୍କ ଆରୋଗ୍ୟ କାମନା କରିଛନ୍ତି।

କିଛି ଦିନ ପୂର୍ବରୁ ଅର୍ଜୁନଙ୍କ ବାପା ବୋନି କପୁରଙ୍କ ଜଣେ ଷ୍ଟାଫ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ତେବେ ବୋନି କପୁର, ଜାହ୍ନବୀ କପୁର, ଖୁସି କପୁରଙ୍କ ରିପୋର୍ଟ ନେଗେଟିଭ୍ ଆସିଛି।

Comment