ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା କଲେ ଦୁର୍ବୃତ୍ତ। ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ବାଉଁଶିଆପଡ଼ା ମଳିସାହିରେ ଘଟିଛି ଏହି ବିଭତ୍ସ ହତ୍ୟାକାଣ୍ଡ।

ଜମି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିବା ପରେ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ମୃତକ ଜଣକ କ୍ଷେତ୍ରବାସୀ ମହାପାତ୍ର ବୋଲି ଜଣାପଡ଼ିଛି।BGU

ଜମିବାଡ଼ିକୁ କେନ୍ଦ୍ର କରି ନେଇ କ୍ଷେତ୍ରବାସୀଙ୍କ ପରିବାର  ଓ ପଡୋଶୀଙ୍କ ସହିତ ବିବାଦ ଲାଗିରହିଥିଲା। ମଙ୍ଗଳବାର ମଧ୍ୟ ଉଭୟ ପରିବାର ଜମିବାଡ଼ି ବିବାଦକୁ ନେଇ ଗଣ୍ଡଗୋଳ ହୋଇଥିଲା। ବୁଧବାର ସକାଳୁ କ୍ଷେତ୍ରବାସୀଙ୍କୁ ହତ୍ୟା କରାଯାଇଥିବାରୁ କ୍ଷେତ୍ରବାସୀଙ୍କ ପରିବାର ଲୋକ ପଡ଼ୋଶୀଙ୍କ ଉପରେ ସାନ୍ଦହ କରୁଛନ୍ତି। ଇଟାମାଟି ପୋଲିସ ଏବେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comment