ଓଡ଼ିଶାଲାଇଭ ବ୍ୟୁରୋindia-china

ଦୀର୍ଘ ୪ ମାସ ହେଲା ଭାରତ-ଚୀନ ସୀମାରେ ବିବାଦ ଲାଗି ରହିଛି। ଅନେକ ଥର ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇଥିଲେ ବି ବିବାଦ ଥମିବାର ନାଁ ନେଉନାହିଁ। ଏବେ ଏହି ବିବାଦରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଦୁଇ ଦେଶ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ  ପଞ୍ଚସୂତ୍ରୀ ସହମତି ପ୍ରକାଶ କରିଛନ୍ତି ଦୁଇ ଦେଶ।

ୠଷର ମସ୍କୋରେ ଅନୁଷ୍ଠିତ ବୈଦେଶିକ ବ୍ୟାପାର ମନ୍ତ୍ରୀସ୍ତରୀୟ ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଓ ଚୀନର ବୈଦେଶିକ ବ୍ୟାପାର ମନ୍ତ୍ରୀ ୟାଙ୍ଗ ଓ୍ୱିଇ ୨ ଘଣ୍ଟା ଧରି ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି।BGU

  • ବିଭେଦକୁ ବିବାଦର ରୂପ ନଦେବାକୁ ଯତ୍ନାବାନ ହେବା।
  • ଶୀଘ୍ର ସୈନ୍ୟ ହଟାଇବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା।
  • ସ୍ଥିତାବସ୍ଥା ପାଇଁ ଯଥା ସମ୍ଭବ ବ୍ୟବଧାନ ସହ ଉତ୍ତେଜନା ହ୍ରାସ ଲାଗି ଉଦ୍ୟମ କରିବା।
  • ରାଜିନାମା ଓ ଆଚରଣସହିଂତାକୁ ସମ୍ମାନ ଦେବା।
  • ସେନାସ୍ତରରେ ଉଭୟ ଦେଶ ମଧ୍ୟରେ ଆଲୋଚନା ଜାରି ରଖିବା।

LEAVE A REPLY

Please enter your comment!
Please enter your name here