ଓଡ଼ିଶାଲାଇଭ୍ ବ୍ୟୁରୋ

  • ବାଲେଶ୍ଵରରେ ଦିତ୍ଵୀୟ କୋଭିଡ ହସ୍ପିଟାଲ୍
  • ହସ୍ପିଟାଲରେ ରହିବ ୧୦୦ଟି ଶଯ୍ୟା
  • ଗୁରୁତର ରୋଗୀଙ୍କ ପାଇଁ ଆଇସିୟୁ ସୁବିଧା 

ବାଲେଶ୍ଵର ଜିଲ୍ଲାରେ ନିର୍ମାଣ ହେବ ଆଉ ଏକ କୋଭିଡ ହସ୍ପିଟାଲ୍। ଶୁକ୍ରବାର ବାଲେଶ୍ଵର ଜିଲ୍ଲାରେ କୋଭିଡ ସ୍ଥିତି ସମୀକ୍ଷା ପରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ।

ନୂଆକରି ତିଆରି ହେବାକୁ ଥିବା ଏହି ହସ୍ପିଟାଲରେ ୧୦୦ଟି ଶଯ୍ୟା ରହିବ। ଏଥିସହ ଗୁରୁତର ରୋଗୀମାନଙ୍କ ପାଇଁ ହସ୍ପିଟାଲରେ ଆଇସିୟୁ ଏବଂ ଓଟିର ମଧ୍ୟ ସୁବିଧା ରହିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।BGUବାଲେଶ୍ଵର ଜିଲ୍ଲାରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ଏପ୍ରିଲ୍ ମାସରେ ସେଠାରେ ଏକ ୧୦୦ ଶଯ୍ୟା ବିଶିଷ୍ଟ ଏକ କୋଭିଡ ହସ୍ପିଟାଲ୍ ନିର୍ମାଣ କରାଯାଇଥିଲା।

ବାଲେଶ୍ଵରରେ ଏଯାବତ ମୋଟ ୪ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୪ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ତେଣୁ ଏହାକୁ ଆଖି ଆଗରେ ରଖି ସଂକ୍ରମିତଙ୍କ ଚିକିତ୍ସା ପାଇଁ ଏହି ହସ୍ପିଟାଲ ନିର୍ମାଣ ହେବ ବୋଲି ଜଣାପଡ଼ିଛି।

Comment