ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ପ୍ରଥମ ସିନେମା ‘ପାଗଳ ପ୍ରେମୀ’ରେ ନିଜର ଚମତ୍କାର ଅଭିନୟ ପାଇଁ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଲା ପରେ ଲଭର ବୟ ସବ୍ୟସାଚୀ ମିଶ୍ର ଆଉ ପଛକୁ ଫେରି ଚାହିଁ ନାହାନ୍ତି।
‘ଏମିତି ବି ପ୍ରେମ ହୁଏ’ ପାଇଁ ପୁଣି ଥରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଓ ‘ମୁଁ ଏକା ତୁମର’ ପାଇଁ ପୂର୍ବାଞ୍ଚଳ ଫିଲ୍ମଫେୟାର ପୁରସ୍କାର ପାଇ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିସାରିଛନ୍ତି। ପ୍ରତ୍ୟେକଟି ସିନେମାରେ ଏକ ନୂଆ ପ୍ରକାର ଚରିତ୍ର କରିବାରେ ସେ ମଧ୍ୟ ପଛଘୁଞ୍ଚା ଦେଇନାହାନ୍ତି।
କ୍ୟାରିୟରର ଦ୍ୱିତୀୟ ସିନେମା ‘ମୁଁ ସପନର ସୌଦାଗର’ରେ ସେ ନକରାତ୍ମକ ଭୂମିକାରେ ମଧ୍ୟ ଅଭିନୟ କରି ଦର୍ଶକଙ୍କ ମନ ଜିଣିପାରିଥିଲେ। ତାଙ୍କ ଅଭିନୀତ ସିନେମାଗୁଡିକ ମଧ୍ୟରେ ‘ମତେ ଆଣି ଦେଲ ଲକ୍ଷେ ଫଗୁଣ’, ‘କେମିତି ଏ ବନ୍ଧନ’, ‘ପିଲାଟା ବିଗିଡିଗଲା’, ‘ହେଲା ମତେ ପ୍ରେମ ଜର’ ଆଦି ଅନ୍ୟତମ।BGU

ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିରେ ପାଦ ଜମାଇସାରିବା ପରେ ସେ ଦକ୍ଷିଣ ଭାରତୀୟ ସିନେମା ବି ନିଜର ଭାଗ୍ୟ ପରୀକ୍ଷା କରିଛନ୍ତି ସବ୍ୟସାଚୀ। ତାଙ୍କର ପ୍ରଥମ ତେଲୁଗୁ ସିନେମା ହେଲା ‘ନୀରଜନମ। ୨୦୧୭ରେ ଏହି ଫିଊ୍ମର ରିଲିଜ ହୋଇଥିଲା। ଏହାପରେ ଗୋଟିଏ ପରେ ଗୋଟିଏ ତେଲୁଗୁ ସିନେମାରେ ଅଭିନୟ କରିଥିଲେ ସବ୍ୟସାଚୀ। ୨୦୧୭ରେ ସେ ଆଉ ତେଲୁଗୁ ଫିଲ୍ମରେ କାମ କରିଥିଲେ। ଏବେ ବି ତାଙ୍କର ଆଉ କିଛି ତେଲୁଗୁ ଫିଲ୍ମ ରିଲିଜ ଅପେକ୍ଷାରେ ରହିଛି।

Comment