ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ବୟସ ମାତ୍ର ୪ ବର୍ଷ। ସ୍କୁଲ ଶିକ୍ଷା ଆରମ୍ଭ ହୋଇନାହିଁ। ହେଲେ ପ୍ରତିଭା ଅସାଧାରଣ। ଚମତ୍କାର ଶୈଳୀରେ ଗପ ବର୍ଣ୍ଣନା କରିପାରନ୍ତି। ଅବିରତ, ଅର୍ନଗଳ ଭାବେ କହି ପାରନ୍ତି ୩୫ଟି ରାଇମ୍‌ସ। ପ୍ରଖର ଜ୍ଞାନ ପାଇଁ ତାଙ୍କୁ ଏକାସଙ୍ଗରେ ୪ଟି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ସମ୍ମାନ ପ୍ରଦାନ କରାଯାଇଛି। ଏହି ପ୍ରତିଭାବାନ ବାଳକ ଜଣଙ୍କ ହେଲେ କାଠଗଡ଼ା ସାହିର ସୁଜିତ କୁମାର ଅଗ୍ରୱାଲ ଓ ନୀଲମ ଅଗ୍ରୱାଲଙ୍କ ପୁଅ ତଥା ପ୍ରତିଷ୍ଠିତ ବ୍ୟବସାୟୀ ଅରୁଣ କୁମାର ଅଗ୍ରୱାଲ ଓ ମୀନା ଅଗ୍ରୱାଲଙ୍କ ନାତି ଦେବାଂଶ।

କୋମଳ ବୟସରେ ଦେବାଂଶ ୪ଟି ସମ୍ମାନ ପାଇଛନ୍ତି। ଏହି ସମ୍ମାନଗୁଡ଼ିକ ହେଲା, ଇଣ୍ଡିଆ ବୁକ ଅଫ୍ ରେକର୍ଡସ, ୱାର୍ଲଡ ଜିନିୟସ ରେକର୍ଡସ-ନାଇଜେରିଆ, ଏକ୍ସକ୍ଲୁସିଭ ୱାର୍ଲଡ ରେକର୍ଡସ ଓ ଏକ୍ସକ୍ଲୁସିଭ ଟ୍ୟାଲେଣ୍ଟ  ଆୱାର୍ଡ-୨୦୨୦। ଗତ ସପ୍ତାହରେ କୋରିଅର ଯୋଗେ ମାନପତ୍ରଗୁଡ଼ିକ ଘରେ ପହଞ୍ଚିଛି ବୋଲି ଦେବାଂଶଙ୍କ ବାପା ସୁଜିତ କୁମାର ଅଗ୍ରଓ୍ଵାଲ ସୂଚନା ଦେଇଛନ୍ତି।“ଗତ ମେ ମାସରେ ଦେବାଂଶର କିଛି ଭିଡ଼ିଓ ସୋସିଆଲ ମିଡିଆରେ ଅପଲୋଡ କରିଥିଲୁ। ପରେ ରେକର୍ଡ ସମ୍ପର୍କରେ ଖବର ପାଇ ଏକ୍ସକ୍ଲୁସିଭ ୱାର୍ଲଡ ରେକର୍ଡସ କମିଟି ନିକଟକୁ ଭିଡିଓ ପଠାଇଥିଲୁ। ସେମାନେ ଭିଡିଓଗୁଡ଼ିକୁ ଯାଞ୍ଚ କରିବା ପରେ ଦେବାଂଶଙ୍କୁ ଯୋଗ୍ୟ ବିବେଚିତ କରିଥିଲେ। ପରେ ଅନ୍ୟ ସମସ୍ତ କମିଟିକୁ ଭିଡିଓ ପଠାଯାଇଥିଲା”, ସୁଜିତ କହିଛନ୍ତି।

ଦେବାଂଶଙ୍କ ସାଧାରଣ ଜ୍ଞାନ ମଧ୍ୟ ବିଚକ୍ଷଣ। ସେ ବିଶ୍ୱର ସମସ୍ତ ବିଷୟରେ ଖବର ରଖିବାକୁ ଇଚ୍ଛା ପ୍ରକାଶ କରନ୍ତି। ପଣିକିଆ ପ୍ରାଞ୍ଜଳ ଭାବେ କହିପାରନ୍ତି। ଗାଣିତିକ ସଂଖ୍ୟାଗୁଡ଼ିକୁ ମଧ୍ୟ ବିପରୀତ କ୍ରମରେ କହିପାରନ୍ତି ବୋଲି ପିତା ସୁଜିତ କହିଛନ୍ତି।BGUକେବଳ ସେତିକି ନୁହେଁ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ସମୟରେ ବିଭିନ୍ନ ଅନ୍‌ଲାଇନ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରାୟ ୩୦ଟି ସାର୍ଟିଫିକେଟ୍ ପାଇଛନ୍ତି ଦେବାଂଶ। କୋଭିଡ୍ ନିୟମ ବିଷୟରେ ସେ ବେଶ୍ ଭଲଭାବେ ଅବଗତ ହେବା ସହ କରୋନାକୁ ନେଇ ବିଭିନ୍ନ ଚିତ୍ର ମଧ୍ୟ କରୁଛନ୍ତି।

Comment