ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ଦଶହରାରେ ଦେବୀ ମୂର୍ତ୍ତିର ଉଚ୍ଚତା କେତେ ହେବ ତାକୁ ନେଇ ବିବାଦ ଲାଗି ରହିଛି। ପୋଲିସ ପ୍ରଶାସନ ପକ୍ଷରୁ ମୂର୍ତ୍ତିର ଉଚ୍ଚତା ୪ ଫୁଟ୍ କରିବାକୁ କୁହାଯାଇଥିବା ବେଳେ, ଏହାକୁ ବିରୋଧ କରି କଟକର ଅନେକ ପୂଜାକମିଟିମାନେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ।

ତେବେ ଆଜି ସନ୍ଧ୍ୟା ୬.୩୦ରେ ଏହି ମୂର୍ତ୍ତି ବିବାଦକୁ ନେଇ କଟକ ଡିସିପି ସମସ୍ତ ପୂଜାକମିଟିର ସଦସ୍ୟମାନଙ୍କ ସହ ଏକ ମିଟିଂ କରିବା ନେଇ ସୂଚନା ମିଳିଛି। ୪ ଫୁଟ୍ ଉଚ୍ଚତାର ମୂର୍ତ୍ତି ହେଲେ ପୂଜାକମିଟିମାନେ ଏହାକୁ ବିସର୍ଜନ କରିପାରିବେ। ଯଦି ୭ ଫୁଟ୍ ଉଚ୍ଚତାର ମୂର୍ତ୍ତି କରାଯିବ ତେବେ ପୂଜାପରେ କମିଟିମାନେ ଏହାକୁ କଟକ ମହାନଗର ନିଗମକୁ ବିସର୍ଜନ ପାଇଁ ହସ୍ତାନ୍ତର କରିବେ।BGUଏହାସହ ପୂଜାକୁ ନେଇ ରହିଥିବା ଅନ୍ୟ ସମସ୍ତ ସର୍ତାବଳୀ ବିଷୟରେ ଏହି ମିଟିଂରେ ଆଲୋଚନା ହେବ ବୋଲି ଆବେଦନକାରୀଙ୍କ ଓକିଲ ଅଶୋକ ମହାପାତ୍ର ସୂଚନା ଦେଇଛନ୍ତି। ଏହି ମିଟିଂରୁ ଯାହା ନିଷ୍କର୍ଷ ବାହାରିବ ତାକୁ ଆଧାର କରି ବୁଧବାର ହାଇକୋର୍ଟ ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାଇବେ।

Comment