ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ସଂସଦ ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ
  • ସୀମା ବିବାଦ ପ୍ରସଙ୍ଗରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବିବୃତ୍ତି
  • କହିଲେ ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତ

ଭାରତ-ଚୀନ୍ ସୀମା ବିବାଦକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଲୋକସଭାରେ ନିଜର ବିବୃତ୍ତି ରଖିଛନ୍ତି। ସୀମା ବିବାଦ ଏକ ଗୁରୁତର ପ୍ରସଙ୍ଗ। କେବଳ ଶାନ୍ତିପୂର୍ଣ୍ଣ କଥାବାର୍ତ୍ତା ଦ୍ୱାରା ଏହାର ସମାଧାନ ହୋଇପାରିବ ବୋଲି ଗୃହରେ କହିଛନ୍ତି ରାଜନାଥ ସିଂ।

ରାଜନାଥ ସିଂ କହିଛନ୍ତି ଯେ ଚୀନ୍ ଅନେକ ଥର ସ୍ଥିତି ବଦଳାଇବାକୁ ଚେଷ୍ଟା କରିଛି, ଆମ ସୈନ୍ୟ ତାଙ୍କର ସବୁ ଯୋଜନାକୁ ପଣ୍ଡ କରିଛନ୍ତି। ଗାଲଭାନ ଉପତ୍ୟକାରେ ହୋଇଥିବା ବିବାଦରେ ଚୀନ୍ ବହୁତ କ୍ଷତି ସହିଛି।BGU

ସବୁ ପରିସ୍ଥିତି ପାଇଁ ଭାରତ ପ୍ରସ୍ତୁତ

ଚୀନ ସୀମାରେ ଅଧିକ ଯବାନ ମୁତୟନ କରିଥିଲା। କିନ୍ତୁ ଚୀନର ଲକ୍ଷ୍ୟ ଭଣ୍ଡୁର ହେଲା। ଏଲଏସିରେ ଚୀନର ଏକତରଫା ପଦକ୍ଷେପକୁ ଭାରତ ଜଗିଛି। ଚୀନର ହିଂସ୍ର ଆଚରଣ ପୂର୍ବ ଶାନ୍ତି ଚୁକ୍ତିକୁ  ଉଲ୍ଲଙ୍ଘନ କରୁଛି। ତଥାପି ସୀମାରେ ଯେକୌଣସି ପରିସ୍ଥିତି ପାଇଁ ଭାରତ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି ରାଜନାଥ ସିଂ।

ବହୁ ସଂଖ୍ୟାରେ ଯବାନ ମୁତୟନ ହୋଇଛନ୍ତି

ରାଜନାଥ ସିଂ କହିଛନ୍ତି, “ଚୀନ୍ ବହୁ ସଂଖ୍ୟକ ସୈନ୍ୟ ମୁତୟନ କରିଛି। ଏଲଏସି ଏବଂ ଆଭ୍ୟନ୍ତରୀଣ ଅଞ୍ଚଳରେ ଅସ୍ତ୍ରଶସ୍ତ୍ର ସଂଗ୍ରହ କରିଛି। ପୂର୍ବ ଲଦାଖ, ଗୋଗ୍ରା, ପାଙ୍ଗଙ୍ଗ ହ୍ରଦର ଉତ୍ତର ଏବଂ ଦକ୍ଷିଣ ଉପରେ ନଜର ରଖିଛି। ଭାରତୀୟ ସେନା ମଧ୍ୟ ଏହି ଅଞ୍ଚଳରେ ଭାରି ନିୟୋଜନ କରିଛି।”

ସେନାକୁ ସବୁ ପ୍ରକାର ସାହାଯ୍ୟ କରାଯାଉଛି

ରାଜନାଥ ସିଂ କହିଛନ୍ତି,‘‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଦାଖ ପରିଦର୍ଶନ କରି ଆମର ସୈନ୍ୟଙ୍କୁ ଭେଟିଛନ୍ତି। ସେ ଏହି ବାର୍ତ୍ତା ମଧ୍ୟ ଦେଇଛନ୍ତି ଯେ ପୂରା ଦେଶ ଆମର ସେନା ସହିତ ଛିଡା ହୋଇଛନ୍ତି।  ସେନାକୁ ପୂରା ସ୍ୱାଧୀନତା ଦିଆଯାଇଛି ଏବଂ ସହଯୋଗ କରାଯାଉଛି।”

Comment