ଓଡ଼ିଶାଲାଇଭ୍ ବ୍ୟୁରୋ

ନାଇଜେରିଆର ଓଡ଼ିଆ ସମାଜ ଏବଂ ଶ୍ରୀ ଜଗନ୍ନାଥ ଚେତନା ଓ ଚିନ୍ତନ ଅନ୍ତରାଷ୍ଠ୍ରୀୟ ମହାସଭା ପକ୍ଷରୁ ‘ଭାବର ଠାକୁର ଶ୍ରୀ ଜଗନ୍ନାଥ’ ବିଷୟ ଉପରେ ଏକ ଓ୍ଵେବିନାର ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ନୃତ୍ୟଶିଳ୍ପୀ ଗୌରୀ ଶଙ୍କର ଦାସଙ୍କ ଦ୍ଵାରା ଏକ ମଙ୍ଗଳାଚରଣ ନୃତ୍ୟ ସହ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଥିଲା।

ଏହି ଅବସରରେ ଗୋବର୍ଦ୍ଧନ ପୀଠର ପଣ୍ଡିତ ମାତୃ ପ୍ରସାଦ ମିଶ୍ର ‘ଭାବର ଠାକୁର ଶ୍ରୀ ଜଗନ୍ନାଥ’ ବିଷୟ ଉପରେ ଏକ ହୃଦୟସ୍ପର୍ଶୀ ଆଲୋଚନା କରିଥିଲେ। ଏହି ଓ୍ଵେବିନାରରେ ଅହମ୍ମଦାବାଦ୍, ବେଙ୍ଗାଳୁରୁ, ଚେନ୍ନାଇ, ଦିଲ୍ଲୀ, ଗାନ୍ଧୀଧାମ, ଗୌହାଟୀ, ଖଡ଼ଗପୁର, ମୁମ୍ବାଇ ଏବଂ ନାଗପୁର ସମେତ ୨୦ଟି ଦେଶର ଜଗନ୍ନାଥପ୍ରେମୀମାନେ ସାମିଲ ହୋଇଥିଲେ।BGUଓ୍ଵେବିନାରରେ ସାମିଲ ଭକ୍ତମାନେ ଲାଗୋସ୍‌ର ଶ୍ରୀ ଜଗନ୍ନାଥ ମନ୍ଦିରରୁ ଚତୁର୍ଧା ମୂରତିଙ୍କ ଦର୍ଶନ ସହିତ ଧ୍ଵଜା ପରିବର୍ତ୍ତନ ଏବଂ ଏକାଦଶୀ ମହାଦୀପର ପବିତ୍ର ଦୃଶ୍ୟ ଦେଖିବାର ସୌଭାଗ୍ୟ ଅର୍ଜନ କରିଥିଲେ। ବରିଷ୍ଠ ସାମ୍ଵାଦିକ କିଶୋର ଦ୍ଵିବେଦୀଙ୍କ ଦ୍ଵାରା ‘ଜଗନ୍ନାଥଙ୍କ ବିନା ଟିକେଟରେ ଆଣ୍ଡାମାନ ଯାତ୍ରା’ ନାମକ ଏକ ସୁନ୍ଦର ଗଳ୍ପ ଉପସ୍ଥାପନା କରାଯାଇଥିଲା।ଏସଜେସିସିଏଏମର କର୍ମକର୍ତ୍ତାମାନେ ଏହି ଓ୍ଵେବିନାରର ଆଗାମୀ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ସହ ମାସିକ ଓ୍ଵେବିନାର, ପୁରୀରେ ବାର୍ଷିକ ମହାସଭା, ଡିଜିଟାଲ ଲାଇବ୍ରେରୀ ଏବଂ ପୁରୀ ନିକଟରେ ଗ୍ଲୋବାଲ ଜଗନ୍ନାଥ ଗ୍ରାମ ତଥା ରିସର୍ଚ୍ଚ ସେଣ୍ଟର ପ୍ରତିଷ୍ଠା କରାଯିବା ବିଷୟ ନେଇ ଆଲୋଚନା କରିଥିଲେ। ଶେଷରେ ଓଡ଼ିଆ ସମାଜ, ନାଇଜେରିଆ ପକ୍ଷରୁ ଓ୍ଵେବିନାରରେ ସାମିଲ ସମସ୍ତ ଜଗନ୍ନାଥପ୍ରେମୀମାନଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଅର୍ପଣ କରାଯାଇଥିଲା।

Comment