ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋkapil sharma-2

‘ଦ କପିଲ ଶର୍ମା ସୋ’ ଲୋକପ୍ରିୟ ସୋ’ମାନଙ୍କ ମଧ୍ୟରୁ ଗୋଟିଏ। ଏହି ସୋ’ର ଟିଆରପି ସବୁବେଳେ ଉପରେ ଥାଏ। କମେଡି କିଙ୍ଗ୍‌ କପିଲଙ୍କ କଥାରେ ହସି ହସି ବେଦମ୍‌ ହୁଅନ୍ତି ଦର୍ଶକ। ତେବେ ଆପଣ କେବେ ଭାବିଛନ୍ତି କପିଲ ତାଙ୍କର ଏହି ସୋ’ ପାଇଁ କେତେ ଟଙ୍କା ନେଉଥିବେ?

ଏକ ରିପୋର୍ଟ ଅନୁସାରେ କପିଲ ପୂର୍ବରୁ ଏହି ‘କମେଡି ନାଇଟ ଓ୍ୱିଥ କପିଲ ଶର୍ମା’ ସୋ’ରେ ପ୍ରତି ଏପିସୋଡକୁ ୬୦ରୁ ୭୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରୁଥିଲେ। ମଝିରେ ଏହି ସୋ’ କିଛି ଦିନ ପାଇଁ ବନ୍ଦ ହୋଇଯାଇଥିଲା। ସୋ’ ବନ୍ଦ ହେବା ପରେ କପିଲଙ୍କୁ ହିଁ ସବୁଠୁ ଅଧିକ କ୍ଷତି ସହିବାକୁ ପଡ଼ିଥିଲା।

ଏବେ ଯେତେବେଳେ ପୁଣିଥରେ ‘ଦ କପିଲ ଶର୍ମା ସୋ’ ଆରମ୍ଭ ହୋଇଛି କପିଲ ନିଜର ଫି’ କମ୍‌ କରିଛନ୍ତି। ଏବେ ସେ ୧୫ରୁ ୨୦ ଲକ୍ଷ ଭିତରେ ନିଜର ଫି ରଖିଥିବା ଜଣାପଡ଼ିଛି।

କପିଲଙ୍କ ସହିତ କ୍ରିଷ୍ଣା ଅଭିଷେକ ଓ କମେଡି କୁଇନ ଭାରତୀଙ୍କ ମଧ୍ୟ ନିଜର ଫି ମଧ୍ୟ କମ୍ କରିଛନ୍ତି। ଏବେ ସେମାନେ ପ୍ରତି ଏପିସୋଡକୁ ୧୦ ଲକ୍ଷ ଟଙ୍କା ନେଉଥିବା ଜଣାପଡ଼ିଛି। ତେବେ କପିଲଙ୍କ ଏହି ସୋ’ ପ୍ରଡ୍ୟୁସର ସଲମାନ ଖାନ ଅଛନ୍ତି।

Comment