ଓଡ଼ିଶାଲାଇଭ୍ ବ୍ୟୁରୋ

ଲୁହା ରଡ଼ରେ ମା’କୁ ପଟିପିଟି ହତ୍ୟା କଲେ ଦୁଇ ନାବାଳକ ପୁଅ। ରାଜଧାନୀ ଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଘଟିଛି ଏଭଳି ଏକ ଚାଞ୍ଚଲ୍ୟକର ଘଟଣା।

ବିନୋଦିନୀ ମିଶ୍ର ନାମକ ମହିଳା ଜଣକୁ ତାଙ୍କର ଦୁଇ ପୁଅ ହତ୍ୟା କରିଥିବା ପୋଲିସ୍ ସୂଚନା ଦେଇଛି। ପିଲା ଦୁଇଜଣଙ୍କର ବୟସ ଯଥାକ୍ରମେ ୧୨ ବର୍ଷ ଓ ୧୫ ବର୍ଷ ବୋଲି ଜଣାପଡ଼ିଛି।ମହିଳା ଜଣକ ନିଶାଗ୍ରସ୍ତ ହୋଇ ତାଙ୍କ ପିଲାଙ୍କୁ ସବୁବେଳେ ମାରପିଟ୍ କରୁଥିଲେ। ନିର୍ଯ୍ୟାତନା ଅସହ୍ୟ ହେବାକୁ ଗତକାଲି ଦୁଇ ପୁଅ ଲୁହା ରଡରେ ମା’ଙ୍କୁ ଆକ୍ରମଣ କରିଥିଲେ। ଫଳରେ ବିନୋଦିନୀଙ୍କର ପ୍ରାଣ ହାନି ଘଟିଥିଲା।

ଏହାପରେ ସିକ୍ୟୁରିଟି ଗାର୍ଡଠାରୁ ଖବର ପାଇଁ ପୋଲିସ୍ ସେଠାରେ ପହଞ୍ଚିଛି ଏବଂ ଦୁଇ ନାବାଳକ ପୁଅଙ୍କୁ କାବୁ କରିଛି। ତେବେ ଏଭଳି ହତ୍ୟାକାଣ୍ଡ କାହିଁକି ହେଲା ଓ ଦୁଇ ନାବାଳକ ପୁଅ କାହିଁକି ତାଙ୍କ ମା’କୁ ହତ୍ୟା କଲେ ତାହା ଜାଣିବାକୁ ପୋଲିସ୍ ତଦନ୍ତ ଚଳାଇଛି।

Comment