ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାରାଷ୍ଟ୍ରର ଥାଣେ ଜିଲ୍ଲାର ଭିୱାଣ୍ଡିରେ ଏକ ତିନି ମହଲା କୋଠା ଭୁଶୁଡ଼ି ୧୦ ଜଣଙ୍କ ମୃତ୍ୟୁ ଘଟିଛି।  ୮ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଟିମ୍‌। ଏବେ ସୁଦ୍ଧା ଭଙ୍ଗା କୋଠା ତଳେ ୩୦ରୁ ୪୦ ଜଣ ଫସି ରହିଥିବା ସନ୍ଦେହ କରାଯାଉଛି।

ଏବେ ବି ସୁଦ୍ଧା ଏନଡିଆରଏଫ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ୧୯୮୪ରେ ନିର୍ମିତ ଏହି ବିଲ୍ଡିଂରେ ପ୍ରାୟ ୧୫୦ ଲୋକ ରହୁଥିଲେ ବୋଲି ଜଣାପଡ଼ିଛି।

ଘଟଣା ବିଷୟରେ ଜାଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି। ଟୁଇଟ କରି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହି ଆହତଙ୍କୁ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେହିପରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି।

Comment