ଓଡ଼ିଶାଲାଇଭ୍‌ ବ୍ୟୁରୋ

 ବଲିଉଡର ଖ୍ୟାତନାମା ଅଭିନେତ୍ରୀ କରୀନା କପୁର ଆଜି ୪୦ ବର୍ଷ ବୟସରେ ପାଦ ଦେଇଛନ୍ତି। ଏହି ଅବସରରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।

ବଲିଉଡ୍ ଡିଭା କରୀନା କପୁର ୨୦୦୦ ମସିହାରେ ରିଲିଜ୍ ହୋଇଥିବା ଚର୍ଚ୍ଚିତ ସିନେମା ‘ରିଫ୍ୟୁଜ୍’ ଜରିଆରେ ହିରୋଇନ୍ ଭାବେ ଡେବ୍ୟୁ କରିଥିଲେ। ପ୍ରଥମ ଫିଲ୍ମରେ ହିଁ ଷ୍ଟାର୍ ଡମ୍ ମିଳିଥିଲା ତାଙ୍କୁ। ଏହାପରେ ଆଜିଯାଏ କରିନା ସଫଳତା ଲାଭ କରି ନିଜ କ୍ୟାରିଅରକୁ ଠିକ୍ ଭାବେ ହ୍ୟାଣ୍ଡେଲ୍ କରି ଚାଲିଛନ୍ତି। ହେଲେ ଆପଣ କ’ଣ ଜାଣନ୍ତି ଯେ କରୀନା କପୁର ଖାନ୍ ତାଙ୍କର କ୍ୟାରିଅର୍ ଦୀର୍ଘ ୧୮ ବର୍ଷର କ୍ୟାରିଅର୍ ଭିତରେ କେତେକ ଫିଲ୍ମକୁ ହାତଛଡ଼ା କରିଥିଲେ। ଯାହା ରିଲିଜ୍ ହେବା ପରେ ସୁରପହିଟ୍/ବ୍ଲକ ବଷ୍ଟର ହିଟ୍ ହୋଇଥିଲା। କରୀନା ଛାଡ଼ିଥିବା ଭୂମିକାକୁ ବି ଦର୍ଶକ ଖୁବ୍ ପସନ୍ଦ କରିଥିଲେ। ଏବଂ ସେହି ଭୂମିକା ପାଇଁ ଅଭିନେତ୍ରୀ ଜଣକ ପୁରସ୍କୃତ ମଧ୍ୟ ହୋଇଥିଲେ।

ଏବେ ଆସନ୍ତୁ ନଜର ପକାଇବା କରୀନା କେଉଁ ଫିଲ୍ମ ଛାଡ଼ିଥିଲେ…

କହୋ ନା ପ୍ୟାର୍ ହେ

‘କହୋ ନା ପ୍ୟାର୍ ହେ’ ଫିଲ୍ମର  ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ରାକେଶ୍ ରୋଶନ୍ ତାଙ୍କ ପୁଅ ହ୍ରିତିକ୍ ରୋଶନଙ୍କୁ ବଲିଉଡରେ ହିରୋ ଭାବେ ଲଞ୍ଚ୍ କରିବା ପାଇଁ ଯେତେବେଳେ ‘କହୋ ନା ପ୍ୟାର ହେ’ର ଲଞ୍ଚ୍ କରିବା ପାଇଁ ପ୍ଲାନିଂ କରିଥିଲେ ସେତେବେଳେ ଏଥିରେ ହ୍ରିତିକଙ୍କ ଅପୋଜିଟରେ ରଣଧୀର କପୁର-ବବିତାଙ୍କ କନ୍ୟା କରୀନା କପୁରଙ୍କୁ ସାଇନ୍ କରିଥିଲେ। ଏହି ଫିଲ୍ମ ପାଇଁ କରୀନା କିଛି ଦିନ ସୁଟିଂ ବି କରିଥିଲେ। ଏଥିରେ କରୀନାଙ୍କ ଅଭିନୀତ ଚରିତ୍ରର ନାଁ ହେଲା ସୋନିଆ। କିନ୍ତୁ ଏହା ପରେ କରୀନାଙ୍କ ମା ବବିତା ଆଶଙ୍କା କରିଥିଲେ ଯେ ‘କହୋ ନା ପ୍ୟାର୍ ହେ’ ପୁରାପୁରି ହ୍ରିତିକଙ୍କ ଫିଲ୍ମ। ଏହାଦ୍ଵାରା କରୀନା ଆଗକୁ ବଢ଼ିପାରିବେ ନାହିଁ ଏଣୁ କରୀନା ସେହି ଫିଲ୍ମ ଛାଡ଼ିଦେଇଥିଲେ। ଏହାପରେ କରୀନାଙ୍କ ଭୂମିକାଟି ମିଳିଥିଲା ଅମୀଷା ପଟେଲଙ୍କୁ। ‘କହୋ ନା ପ୍ୟାର ହେ’ ବ୍ଲକବଷ୍ଟର ହୋଇଥିଲା ଓ ଅମୀଷା ବି ରାତାରାତି ଷ୍ଟାର ଡମ୍ ହାସଲ କରିଥିଲେ।

କଲ୍ ହୋ ନା ହୋ

ଜଣାଶୁଣା ନିର୍ମାତା କରନ୍ ଜୋହରଙ୍କ ସୁପରହିଟ୍ ଫିଲ୍ମ ‘କଲ୍ ହୋ ନା ହୋ’ରେ ନୈନା ଭୂମିକା ନିଭାଇଥିଲେ ପ୍ରୀତି ଜିଣ୍ଟା। ଏହି ଭୂମିକା ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଫିଲ୍ମ ଫେୟାର ଆଓ୍ବାର୍ଡ ବି ମିଳିଥିଲା। ହେଲେ ଆପଣ କ’ଣ ଜାଣନ୍ତି ଯେ ଏହି ରୋଲ୍ ପାଇଁ ପ୍ରଥମେ କରୀନାଙ୍କୁ ଅଫର୍ ଦିଆଯାଇଥିଲା। କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ।

ହମ୍ ଦିଲ୍ ଦେ ଚୁକେ ସନମ୍

ବହୁ ହିଟ୍ ଓ ସୁପରହିଟ ଫିଲ୍ମର ନିର୍ମାତା-ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂଶାଲୀଙ୍କ ନିର୍ଦ୍ଦେଶିତ ଦ୍ଵିତୀୟ ହିନ୍ଦୀ ସିନେମା ହେଲା ‘ହମ୍ ଦିଲ୍ ଦେ ଚୁକେ ସନମ୍’। ଯାହା ୧୯୯୯ରେ ରିଲିଜ୍ ହୋଇଥିଲା ଓ ଏଥିରେ ସଲମାନ୍ ଖାନ୍ ଓ ଅଜୟ ଦେବଗନଙ୍କ ସହିତ ଐଶ୍ଵର୍ଯ୍ୟା ରାୟ ନାୟିକା ଭୂମିକାରେ ଅଭିନୟ କରିଥିଲେ । ଏଥିରେ ନନ୍ଦିନୀ ଭୂମିକାରେ ନଜର ଆସିଥିଲେ ଐଶ୍ଵର୍ଯ୍ୟା । କିନ୍ତୁ ଏହି ଚରିତ୍ର ପାଇଁ ନିର୍ଦ୍ଦେଶକଙ୍କର ପ୍ରଥମ ପସନ୍ଦ ଥିଲେ କରୀନା କପୁର। ସଞ୍ଜୟ କରୀନାଙ୍କୁ ଏହି ରୋଲ୍ ପାଇଁ ଅଫର୍ ବି ଦେଇଥିଲେ, କିନ୍ତୁ କରୀନା ରାଜି ହୋଇନଥିଲେ। ନନ୍ଦିନୀ ଭୂମିକା ପାଇଁ ଐଶ୍ଵର୍ଯ୍ୟା ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଫିଲ୍ମ ଫେୟାର୍ ଆଓ୍ବାର୍ଡ ଲାଭ କରିଥିଲେ।

ଗୋଲିଓଁ କି ରାସଲୀଳା-ରାମଲୀଳା

ନିର୍ଦ୍ଦେଶକ ସଞ୍ଜୟଲାଲ୍ ଭଁସାଲୀ ଯେତେବେଳେ ‘ଗୋଲିଓଁ କା ରାସଲୀଳା-ରାମଲୀଳା’ ସ୍କ୍ରିପ୍ଟ ତିଆରି କରୁଥିଲେ ସେତେବେଳେ ସେ ଲୀଲା ଭୂମିକା ପାଇଁ କରୀନା କପୁରଙ୍କୁ ଦେବେ ବୋଲି ସ୍ଥିର କରିଥିଲେ। ସଞ୍ଜୟ କରୀନାଙ୍କୁ ପ୍ରସ୍ତାବ ବି ଦେଇଥିଲେ କିନ୍ତୁ ରଣବୀର ସିଂଙ୍କ ଅପୋଜିଟରେ କାମ କରିବାକୁ ପସନ୍ଦ କରିନଥିଲେ କରୀନା । ପରେ ସେହି ଭୂମିକାଟିକୁ ନିଭାଇଥିଲେ ଦୀପିକା ପାଦୁକୋନ୍।  ଏହି ଫିଲ୍ମ ପାଇଁ  ଦୀପିକା ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଫିଲ୍ମ ଫେୟାର୍ ଆଓ୍ବାର୍ଡ ଟ୍ରଫି ହାତେଇଥିଲା।

ବାଦଶାହ

ବଲିଉଡରେ ଜଣାଶୁଣା ନିର୍ଦ୍ଦେଶକ ମିଲନ୍ ଲୁଥ୍ରିଆଙ୍କର ୨୦୧୭ରେ ଏକ ହିଟ୍ ସିନେମା ହେଲା ମଲ୍ଟି ଷ୍ଟାରର ‘ବାଦ୍‌ଶାହ’। ଏଥିରେ ଅଜୟ ଦେବଗନ୍, ଇମ୍ରାନ୍ ହାସମୀ, ଇଲିଆନା ଡିକ୍ରୁଜ୍ ଓ ଇଶା ଗୁପ୍ତା ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ତେବେ ଆପଣ ଜାଣନ୍ତି କି? ବାଦ୍‌ଶାହରେ ଇଲିଆନା କରିଥିବା ଭୂମିକାଟି ପ୍ରଥମେ କରୀନା କପୁର ଖାନଙ୍କୁ ପ୍ରଥମେ ଅଫର୍ କରାଯାଇଥିଲା। ହେଲେ ସେତେବେଳେ କରୀନା ଗର୍ଭବତୀ ଥିବା ହେତୁ କରୀନା ସେଥିରେ କାମ କରିବାକୁ ମନା କରିଥିଲେ। ପରେ ଅଜୟଙ୍କ ପରାମର୍ଶ କ୍ରମେ ମିଲନ୍ ଇଲିଆନାଙ୍କୁ ନେଇଥିଲେ ଓ ଏହା ତାଙ୍କ କ୍ୟାରିଅରକୁ ନୂଆ ମୋଡ଼ ଦେଇଥିଲା।

Comment