ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁଶାନ୍ତ ସିଂ ରାଜପୁତ ମୃତ୍ୟ ମାମଲା ତଦନ୍ତ କରୁ ଏନସିବି ଏବେ ବଲିଉଡ ଡ୍ରଗ୍ସ୍‌ ଚେନ୍‌ ପାଖରେ ପହଞ୍ଚିଛି। ଧୀରେ ଧୀରେ ଏହି ଡ୍ରଗ୍ସ ଲିଙ୍କରେ ଅନେକ ନାମୀଦାମୀ କଳାକାରଙ୍କ ନାଁ ମଧ୍ୟ ଆସିଲାଣି। ତେବେ ଆଗକୁ ମଧ୍ୟ ଆହୁରି ବଡ଼ ବଡ଼ ଷ୍ଟାରଙ୍କ ନାଁ ଏହି ଡ୍ରଗ୍ସ ଲିଙ୍କରେ ଆସିପାରେ। ତେବେ ବର୍ତ୍ତମାନ ସୁଦ୍ଧା କେଉଁ ବଡ଼ ଷ୍ଟାରଙ୍କ ନାଁ ଏଥିରେ ଯୋଡ଼ି ହୋଇଛି ଆସନ୍ତୁ ଜାଣିବା।

ଦୀପିକା ପାଦୁକୋନ

ରିପୋର୍ଟ ଅନୁସାରେ ଏନସିବି ହାତରେ ଦୀପିକାଙ୍କର ଏକ ପୁରୁଣା ହ୍ୱାଟସଆପ୍‌ ଚାଟ ପଡ଼ିଛି। ଯେଉଁଥିରେ ଦୀପିକା ଏକ ଟାଲେଣ୍ଟ ମ୍ୟାନେଜମେଣ୍ଟ କମ୍ପାନିରେ କାମ କରୁଥିବା କରିସ୍ମାକୁ ଇସାରାରେ ଡ୍ରଗ୍ସ ମାଗୁଥିବା ସନ୍ଦେହ କରିଛି ଏନସିବି। ତେଣୁ ଉଭୟ କରିସ୍ମା ଓ ଦୀପିକାଙ୍କୁ ଜେରା ହୋଇପାରେ।

ସାରା ଅଲ୍ଲୀ ଖାନ

ଡ୍ରଗ୍ସ ଲିଙ୍କରେ ରିୟା ଚକ୍ରବର୍ତ୍ତୀ ଗିରଫ ହେବା ପରେ ସେ ଏନସିବିକୁ ବଲିଉଡର ୨୫ ଜଣଙ୍କ ନାଁ କହିଥିବା ଜଣାପଡ଼ିଥିଲା। ଏହି ୨୫ ଜଣଙ୍କ ଭିତରେ ସାରାଙ୍କ ନାଁ ମଧ୍ୟ ସାମିଲ ଥିଲା।  ତେବେ ସାରା ଅନେକ ସମୟରେ ଡ୍ରଗ୍ସ ପାର୍ଟିରେ ମଧ୍ୟ ସାମିଲ ହୋଇଥିବା ଚର୍ଚ୍ଚା ହେଉଛି।

ଶ୍ରଦ୍ଧା କପୁର

ସୁଶାନ୍ତଙ୍କ ଟାଲେଣ୍ଟ ମ୍ୟାନେଜର ଜୟା ଶାହ ଏବଂ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ  ଏକ ଚାଟ୍ ମଧ୍ୟ ଭାଇରାଲ ହେଉଛି। ଯାହାପରେ ଶ୍ରଦ୍ଧା ମଧ୍ୟ ଏହି ଲିଙ୍କ୍‌ରେ ଜଡ଼ିତ ଥିବା ଚର୍ଚ୍ଚା ହେଉଛି। ଶ୍ରଦ୍ଧା କିନ୍ତୁ ଏନେଇ ବର୍ତ୍ତମାନ ସୁଦ୍ଧା ମୁହଁ ଖୋଲି ନାହାନ୍ତି।

ରାକୁଲ ପ୍ରୀତ ସିଂ

ଡ୍ରଗ୍ସ ଲିଙ୍କ୍‌ ମାମଲାରେ ରାକୁଲ ପ୍ରୀତଙ୍କ ନାଁ ମଧ୍ୟ ଆସିଛି। ରାକୁଲଙ୍କ ଏଥିରେ କୌଣସି ସମ୍ବନ୍ଧ ନଥିବା ସେ କହିଛନ୍ତି। ଏମିତିକି ସେ ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନ ମଧ୍ୟ କରିଛନ୍ତି। ତାଙ୍କ ନାଁରେ ଏଭଳି ମିଡିଆ କଭରେଜ ବନ୍ଦ କରିବାକୁ ସେ ଦାବି କରିଛନ୍ତି। ତାଙ୍କ ଇମେଜ୍‌ ଖରାପ କରିବାକୁ ଉଦ୍ୟମ କରାଯାଉଛି ବୋଲି ରାକୁଲ କହିଛନ୍ତି।

ଦିୟା ମିର୍ଜା

ଦୀପିକା, ସାରା, ଶ୍ରଦ୍ଧା, ରାକୁଲଙ୍କ ପରେ ଏବେ ଏଥିରେ ବଲିଉଡର ଆଉ ଜଣେ ଖ୍ୟାତନାମା ଅଭିନେତ୍ରୀ ଦିୟାଙ୍କୁ ନାଁ ବି ଏଥିରେ ସାମିଲ ହୋଇଛି। ଦିୟାଙ୍କ ମ୍ୟାନେଜର ଡ୍ରଗ୍ସ କିଣୁଥିବା ସୂତରୁ ଜଣାପଡ଼ିଛି।  ମ୍ୟାନେଜର ଡ୍ରଗ୍ସ କିଣି ଦିୟାଙ୍କୁ ଦେଉଥିବା ଶୁଣିବାକୁ ମିଳିଛି। ତେଣୁ ଏନସିବି  ଦିୟାଙ୍କୁ ମଧ୍ୟ ସମନ କରିପାରେ। ସେହିପରି ଅଭିନେତ୍ରୀ ନମ୍ରତା ସିରୋଡକରଙ୍କ ନାଁ ମଧ୍ୟ ଏଥିରେ ସାମିଲ ଅଛି।

Comment