ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡ୍ ଡ୍ରଗ୍ସ ଲିଙ୍କ୍ ଘଟଣାରେ ପୁଣି ଆସିଲା ନୂଆ ନାଁ। ଦୀପିକା ପାଦୁକୋନ୍, ସାରା ଅଲ୍ଲୀ ଖାନ, ରାକୁଲ ପ୍ରୀତି ସିଂହ ଓ ଶ୍ରଦ୍ଧା କପୁରଙ୍କ ପରେ ଏବେ ଏଥିରେ ଅଭିନେତ୍ରୀ ଦିଆ ମିର୍ଜା ମଧ୍ୟ ସାମିଲ ଥିବା ଏନସିବିକୁ ସୂଚନା ମିଳିଛି। ତେଣୁ ଖୁବଶୀଘ୍ର ଏହି ଅଭିନେତ୍ରୀଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ସମନ ଜାରି କରିପାରେ ବୋଲି କୁହାଯାଉଛି।

ବାହାରକୁ ରଙ୍ଗୀନ ଦେଖାଯାଉଥିବା ବଲିଉଡର ଏବେ ଗୋଟିଏ ପରେ ଗୋଟିଏ ଗୁମର ଫିଟିବାରେ ଲାଗିଛି। ବଲିଉଡର ବଡ଼ ବଡ଼ ହସ୍ତୀମାନେ ଏହି ଡ୍ରଗ୍ସ କାରବାରରେ ଲିପ୍ତ ଥିବା ଏନସିବି ସନ୍ଦେହ କରୁଛି। ଏପରିକି ବଲିଉଡର କିଛି ଅଭିନେତ୍ରୀ ଏଥିରେ ସମ୍ପୃକ୍ତ ଥିବା ଜଣାପଡ଼ିଛି। ଯେଉଁଥିରେ ଏବେ ଅଭିନେତ୍ରୀ ଦିଆ ମିର୍ଜାଙ୍କ ନାଁ ସାମିଲ ହୋଇଛି।

ଏହାପୂର୍ବରୁ ଅଭିନେତ୍ରୀ ଦୀପିକା ପାଦୁକୋନ୍, ସାରା ଅଲ୍ଲୀ ଖାନ୍, ରାକୁଲ୍ ପ୍ରୀତି ସିଂହ ପ୍ରମୁଖ ଡ୍ରଗ୍ସ କାରବାର କରୁଥିବା ନେଇ ଚର୍ଚ୍ଚା ହେଉଛି। ତେଣୁ ଖୁବଶୀଘ୍ର ଏହି ଅଭିନେତ୍ରୀମାନଙ୍କୁ ଏନସିବି ଡକାଇବା ସହିତ ସେମାନଙ୍କୁ ପଚରାଉଚୁରା କରିପାରେ ବୋଲି କୁହାଯାଉଛି।

Comment