ଓଡ଼ିଶାଲାଇ ଭ୍‌ ବ୍ୟୁରୋ

ମହାରାଷ୍ଟ୍ରର ଥାଣେ ଜିଲ୍ଲାର ଭିୱାଣ୍ଡିରେ ଏକ ତିନି ମହଲା କୋଠା ଭୁଶୁଡ଼ିବା ଘଟଣାରେ ମୃତ୍ୟୁସଂଖ୍ୟା ବଢ଼ି ୨୦ରେ ପହଞ୍ଚିଛି। ମୃତକଙ୍କ ଭିତରେ ଛୋଟ ପିଲା ମଧ୍ୟ ଥିବା ଜଣାପଡ଼ିଛି। ଏବେ ସୁଦ୍ଧା ଭଙ୍ଗା କୋଠା ତଳୁ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଜଣେ ଶିଶୁ ସହିତ ୨୫ ଲୋକଙ୍କୁ ଏନଡିଆରଏଫ୍‌ ଟିମ୍ ସୁରକ୍ଷିତ ଉଦ୍ଧାର କରିଥିଲା ବେଳେ  ଆହତଙ୍କୁ ସ୍ଥାନୀୟ ଏକ ହସ୍ପିଟାଲରେ ଚିକିତ୍ସା କରାଯାଉଛି।

ଅନ୍ୟପଟେ ମହାରାଷ୍ଟ୍ର ନଗର ଉନ୍ନୟନ ମନ୍ତ୍ରୀ ଏକନାଥ ସିନ୍ଧେ ଘଟଣାସ୍ଥଳ ବୁଲି ଦେଖିଛନ୍ତି। ୧୯୮୪ରେ ନିର୍ମିତ ଏହି ବିଲ୍ଡିଂରେ ପ୍ରାୟ ୧୫୦ ଲୋକ ରହୁଥିଲେ ବୋଲି ଜଣାପଡ଼ିଛି।

ଘଟଣା ବିଷୟରେ ଜାଣି  ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଥିଲେ। ଟୁଇଟ କରି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହି ଆହତଙ୍କୁ ଆଶୁ ଆରୋଗ୍ୟ କାମନା କରିଥିଲେ।

Comment