ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଡ୍ରଗ୍ସ ଲିଙ୍କ୍‌ ମାମଲାରେ ପଚରାଉଚରା ପରେ କ୍ଷୀତିଜ ରବି ପ୍ରସାଦକୁ ଗିରଫ କଲା ଏନ୍‌ସିବି। କ୍ଷୀତିଜ ହେଉଛନ୍ତି ଧର୍ମା ପ୍ରଡକ୍ସନ ହାଉସର ପୂର୍ବତନ ଏକଜିକ୍ୟୁଟିଭ୍‌ ପ୍ରଡ୍ୟୁସର। ଧର୍ମା ପ୍ରଡକ୍ସନର ମାଲିକ ହେଉଛନ୍ତି କରଣ ଜୋହର।

କ୍ଷୀତିଜ ପ୍ରସାଦଙ୍କୁ ଗତକାଲି ଏନସିବି ଡକାଇ ଘଣ୍ଟା ଘଣ୍ଟା ଧରି ପଚରାଉଚରା କରିଥିଲା। ଅଭିଯୋଗ ଥିଲା ଯେ କ୍ଷୀତିଜ ଜଣେ ଡ୍ରଗ୍ ଡିଲରଙ୍କଠାରୁ ଡ୍ରଗ୍ସ ନେଉଥିଲେ। ଏମିତିକି କିଛି ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା ଯେଉଁଥିରେ ଧର୍ମା ପ୍ରଡକ୍ସନ୍ସର ଏକ୍ସ ଏକ୍ଜିକ୍ୟୁଟିଭ୍ ପ୍ରଡ୍ୟୁସର କ୍ଷୀତିଜ ଡ୍ରଗ୍ସ ବ୍ୟବସାୟୀଙ୍କ ସହ ଠିଆ ହୋଇଥିବା ଦେଖାଯାଇଥିଲା।

ଅନ୍ୟପଟେ କ୍ଷୀତିଜ ଧର୍ମା ପ୍ରଡକ୍ସନରେ କାମ କରୁଥିଲେ ମଧ୍ୟ କରଣ ଜୋହର ତାଙ୍କୁ ଜାଣିନଥିବା କହିଛନ୍ତି। ଗୋଟିଏ ପ୍ରୋଜେକ୍ଟରେ କ୍ଷୀତିଜ ଧର୍ମା ପ୍ରଡକ୍ସନ ସହ କାମ କରିଥିଲେ। ଆଉ ତା’ପରେ ତାଙ୍କ ସହ କିଛି ସମ୍ପର୍କ ନଥିବା କହିଛନ୍ତି କରଣ ଜୋହର।

Comment