ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜପଥ ପାଟ୍ରୋଲିଂ ପାଇଁ ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କୁ ନିଆଯିବ। ଆସନ୍ତା ମାସରେ ଏହି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ। ଏପ୍ରିଲରୁ ଜୁଲାଇ ମାସ ଲକ୍‌ଡାଉନ୍‌ରେ ପଳାଇବା କାରଣରୁ ଏବେ ସେହି ନିଯୁକ୍ତି ଦିଆଯିବ। ସୁପ୍ରିମକୋର୍ଟର ସଡ଼କ ସୁରକ୍ଷା କମିଟି ଗତ ବର୍ଷ ନିର୍ଦ୍ଦେଶ ଦେଇଥିଲେ ଯେ ଯେଉଁ ସବୁ ଷ୍ଟ୍ରେଚ୍ ଦୁର୍ଘଟଣାପ୍ରବଣ ସେଠି ଦୁର୍ଘଟଣା ରୋକିବା ପାଇଁ ହାଇୱେ ପାଟ୍ରୋଲିଂ ହେବା ଜରୁରୀ।

ଓଡ଼ିଶା ସରକାରଙ୍କ ପକ୍ଷରୁ ଜାନୁଆରୀ ମାସରେ ୧୧୯ ଜଣ ଅବସର ଗ୍ରହଣ କରିଥିବା ପୋଲିସ କର୍ମଚାରୀଙ୍କୁ ନିଯୁକ୍ତି ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି ୧୧୯ ଭିତରେ ଅଛନ୍ତି ସବଇନ୍ସପେକ୍ଟର, ସରଜେଣ୍ଟ ଓ ଡେପୁଟି ସୁବେଦାର।

ଏମାନଙ୍କୁ ସ୍ପେଶାଲ ପୋଲିସ ଅଫିସର ଭାବେ ନିଯୁକ୍ତି ଦିଆଯିବ। ଯେଉଁ ୫ଟି ଷ୍ଟ୍ରେଚ୍‌ରେ ଏମାନଙ୍କୁ ରଖାଯିବ ସେଗୁଡ଼ିକ ହେଲା ଭୁବନେଶ୍ଵର-ପୁରୀ, ସମ୍ବଲପୁର-ସୋହେଲା, ମଙ୍ଗୁଳି-ସମ୍ବଲପୁର ଜଳେଶ୍ୱର-ଇଚ୍ଛାପୁରମ ଓ ସମ୍ବଲପୁର-ରାଉରକେଲା।ଏହି ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କୁ ମାସିକ ୧୭ ହଜାର ଟଙ୍କା ଲେଖାଏଁ ମିଳିବ। ତାଛଡ଼ା ପୋଷାକ ସଫା ବାବଦକୁ ୭୫ ଟଙ୍କା ଓ ବାର୍ଷିକ ୩୮୫୬ ଟଙ୍କା ୟୁନିଫର୍ମ ଭତ୍ତା ମିଳିବ। ଏମାନଙ୍କର ଦରମା ଓ ଭତ୍ତା ଖର୍ଚ୍ଚ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ବହନ କରିବ।

Comment