ଓଡ଼ିଶାଲାଇଭ୍ ବ୍ୟୁରୋ

ବୌଦ୍ଧ ଡେପୁଟି କଲେକ୍ଟର ଶରତ ବାଗ ଗିରଫ ହୋଇଛନ୍ତି। ପତ୍ନୀଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗରେ ମଙ୍ଗଳବାର ଝାରସୁଗୁଡ଼ା ଟାଉନ ଥାନା ପୋଲିସ ତାଙ୍କୁ ଗିରଫ କରିଛି। ବର୍ତ୍ତମାନ ତାଙ୍କୁ ବିଟିଏମ ଫାଣ୍ଡିରେ ରଖାଯାଇ ପଚରାଉଚରା କରାଯାଉଛି।

ବୌଦ୍ଧ ଜିଲ୍ଲା ଡେପୁଟି କଲେକ୍ଟର ଶରତ ବାଗ କୌଣସି କାମରେ ଝାରସୁଗୁଡ଼ା ଯାଇଥିବା ବେଳେ ତାଙ୍କ ପତ୍ନୀ ତାଙ୍କର ପିଛା କରିଥିଲେ। ସେଠାରେ ପତି ପତ୍ନୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହା ପରେ ନିଜ ସଂପର୍କୀୟଙ୍କ ସହ ମିଶି ପତ୍ନୀଙ୍କୁ ମାଡ଼ ମାରିଥିଲେ ଶରତ। ଏନେଇ ତାଙ୍କ ପତ୍ନୀ ବିଟିଏମ ଫାଣ୍ଡିରେ ଅଭିଯୋଗ କରିଥିଲେ।

ପୂର୍ବରୁ ଯେତେବେଳେ ଶରତ ବାଗ ବଲାଙ୍ଗିରରେ ଅବସ୍ଥାପିତ ଥିଲେ ସେତେବେଳେ ମଧ୍ୟ ପତି ପତ୍ନୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏନେଇ କୋର୍ଟରେ ଏକ ମାମଲା ବିଚାରାଧୀନ ରହିଥିବା ନେଇ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here