ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନଲକ୍ ୫.୦କୁ ନେଇ ନୂଆ ଗାଇଡଲାଇନ୍ ଜାରି କରାଯାଇଛି।
- କଣ୍ଟେନମେଣ୍ଟ ଜୋନରେ ପୂର୍ବଭଳି ଲକଡାଉନ୍ କଟକଣା ଜାରି ରହିବ।
- ଅକ୍ଟୋବର ୧୫ ତାରିଖରୁ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଦେଶରେ ସିନେମା ହଲ୍, ଥିଏଟର ଆଦି ଖୋଲିବ।
- ଖେଳାଳିମାନେ ନିଜର ଅଭ୍ୟାସ ପାଇଁ ସୁଇମିଂ ପୁଲର ବ୍ୟବହାର ଅକ୍ଟୋବର ୧୫ ତାରିଖରୁ କରିପାରିବେ।
- ଏସଓପି ପାଳନ କରାଯାଇ ଦେଶରେ ପାର୍କଗୁଡ଼ିକ ଅକ୍ଟୋବର ୧୫ରୁ ଖୋଲାଯାଇପାରିବ।
- ସ୍କୁଲ୍, କଲେଜ ଓ କୋଚିଂ ସେଣ୍ଟରଗୁଡ଼ିକ ରାଜ୍ୟସରକାରଙ୍କ ଅନୁମୋଦନକ୍ରମେ ଅକ୍ଟୋବର ୧୫ ପରେ ଖୋଲିପାରିବ।
- ଏହାସହିତ ଅନଲାଇନ୍ ମାଧ୍ୟମରେ ମଧ୍ୟ ପାଠପଢ଼ା ପୂର୍ବଭଳି ଜାରି ରହିବ।
- ଛାତ୍ରଛାତ୍ରୀମାନେ ପିତାମାତାଙ୍କ ଅନୁମତି ନେଇ ସ୍କୁଲ୍ ଯାଇପାରିବେ।
- ସ୍କୁଲ୍ ଖୋଲିବା ପରେ ରାଜ୍ୟ ସରକାର ଏଥିପାଇଁ ଏକ ସ୍ୱତନ୍ତ୍ର ଗାଇଡଲାଇନ୍ ପ୍ରସ୍ତୁତ କରିବେ।
- ଗୋଟିଏ ସ୍ଥାନରେ ୧୦୦ରୁ ଅଧିକ ଲୋକ ଏକାଠି ହେବା ପାଇଁ ରାଜ୍ୟ ସରକାର ଅନୁମତି ଦେଇପାରିବେ।
- ଅନ୍ତର୍ଜାତୀୟ ବିମାନ ଯାତ୍ରା ପୂର୍ବଭଳି ବନ୍ଦ ରହିବ। କେବଳ ଗୃହ ମନ୍ତ୍ରାଳୟର ଅନୁମତି ନେଇ ବିମାନଯାତ୍ରା କରିହେବ।
- କେନ୍ଦ୍ର ସରକାରଙ୍କ ଅନୁମତି ନନେଇ ରାଜ୍ୟ ସରକାର କୌଣସି ପ୍ରକାର ଲକଡାଉନ୍ ଜାରି କରିପାରିବେ ନାହିଁ।
- ରାଜ୍ୟ ରାଜ୍ୟ ଭିତରେ କିମ୍ବା ରାଜ୍ୟ ଭିତରେ ଗମନାଗମନକୁ ନେଇ କୌଣସି ପ୍ରତିବନ୍ଧକ ନାହିଁ।
- ମାସ୍କ ପିନ୍ଧିବା ଓ ଆରୋଗ୍ୟ ସେତୁ ଆପ୍ ବ୍ୟବହାର କରିବାକୁ ପରାମର୍ଶ।