ଓଡ଼ିଶାଲାଇଭ୍ ବ୍ୟୁରୋ

ଶିକ୍ଷା ହେଉଛି ସଫଳତାର ଚାବିକାଠି। ସୁସ୍ଥ ସମାଜ ଗଠନରେ ଶିକ୍ଷାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ କରୋନା ମହାମାରୀରେ କବଳିତ ସାରା ବିଶ୍ୱ ଅବ୍ୟବସ୍ଥିତ ହୋଇପଡ଼ିଥିବାବେଳେ ଶିକ୍ଷା ବ୍ୟବସ୍ଥା ମଧ୍ୟ ଏଥିରେ ପ୍ରଭାବିତ ହୋଇଛି। ୬ ମାସ ହେଲା ସ୍କୁଲ ବନ୍ଦ। ତେଣୁ ଶ୍ରେଣୀଗୃହର ବିକଳ୍ପ ପନ୍ଥା ଭାବେ ଶିକ୍ଷକଙ୍କ ପାଠପଢ଼ା ଏବେ ଅନ୍‌ଲାଇନ୍‌କୁ ଚାଲିଆସିଛି। ସେଥିପାଇଁ ମୋବାଇଲ ଫୋନ୍‌ର ଚାହିଦା ଅନେକ ମାତ୍ରାରେ ବୃଦ୍ଧି ପାଇଛି। ସମସ୍ତଙ୍କ ପକ୍ଷରେ ଏହା କିଣିବା ସମ୍ଭବ ନୁହେଁ। ଏଥିପାଇଁ ଲେଡିଜ୍ ଫୋରମ୍ ୟୁସିସିଆଇ ଭୁବନେଶ୍ୱର ସହଯୋଗର ହାତ ବଢ଼ାଇଛି।

ଉପକୃତ ହେଲେ ୮ ଦୃଷ୍ଟିହୀନ ଛାତ୍ରଛାତ୍ରୀ

ଭାବଗ୍ରାହୀ ଆଦର୍ଶ ଦୃଷ୍ଟିହୀନ ବିଦ୍ୟାଳୟର ୮ ଜଣ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କୁ ଏହି ଫୋରମ୍ ମୋବାଇଲ ଫୋନ୍ ବଣ୍ଟନ କରିଛି। ଏହି କାର୍ଯ୍ୟକ୍ରମକୁ ଫୋରମ୍ ସଭାପତି ଡକ୍ଟର ଗୀତାରାଣୀ ପାଢ଼ୀ, ସମ୍ପାଦକ ଡକ୍ଟର ଭାରତୀ ବେହେରା ଓ ଅନ୍ୟ ସଦସ୍ୟମାନେ ସଫଳ କରାଇଥିଲେ। ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସନ୍ନ୍ୟାସୀ ବେହେରା ମଧ୍ୟ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here