ଓଡ଼ିଶାଲାଇଭ୍ ବ୍ୟୁରୋ

ଅନେକଙ୍କର ଧାରଣା ଯେ ମୋବାଇଲ୍ ଫୋନ୍ ବ୍ୟବହାର କାରଣରୁ କ୍ୟାନସର୍ ହୋଇପାରେ, କିନ୍ତୁ କେବଳ କ୍ୟାନସର୍ ନୁହେଁ ସମ୍ଭବତଃ ମୋବାଇଲ୍ ଫୋନ୍‌ର ଅତିରିକ୍ତ ବ୍ୟବହାର କାରଣରୁ ଆମେ ନିଶାଗ୍ରସ୍ତ ହେବା ସଦୃଶ ଆମ ଅଜାଣତରେ ନିଜ ସ୍ୱାସ୍ଥ୍ୟର କ୍ଷତି କରିଥାଉ। 

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦ୍ୱାରା ରିପୋର୍ଟ କରାଯାଇଥିବା ଅନୁଯାୟୀ, ମୋବାଇଲ୍ ଫୋନ୍‌ରୁ ଉତ୍ପନ୍ନ ହେଉଥିବା (ରେଡିଓ ଫ୍ରିକ୍ୟୁଏନ୍ସି (ଆର୍ ଏଫ୍ କ୍ଷେତ୍ର ବେସ୍ ଷ୍ଟେସନ୍ ତୁଳନାରେ ୧ହଜାର ଗୁଣ ଅଧିକ ହୋଇଥାଏ। ସମ୍ଭବତଃ ଦୀର୍ଘକାଳୀନ ଉନ୍ମୁକ୍ତତା କାରଣରୁ କ୍ୟାନସରର ଆଶଙ୍କା ବୃଦ୍ଧି ପାଇପାରେ। ଇଣ୍ଟରନ୍ୟାସନାଲ୍ ଏଜେନ୍ସି ଫର୍ ରିସର୍ଚ୍ଚ ଅନ୍ କ୍ୟାନସର୍ ଏହି ଆର୍‌ଏଫକୁ ମନୁଷ୍ୟମାନଙ୍କ ପାଇଁ କ୍ୟାନସରର ଏକ ସମ୍ଭାବ୍ୟ କାରଣ ଭାବରେ ଦର୍ଶାଇଛି। ଏହା ସୂଚିତ କରିଛି ଯେ ମୋବାଇଲ୍ ବ୍ୟବହାର କାରଣରୁ ବ୍ରେନ୍ ଟ୍ୟୁମର୍ ହେବା ପାଇଁ ଅତିକମ୍‌ରେ ୨୦-୨୫ ବର୍ଷ ସମୟ ଲାଗିପାରେ ଏବଂ ଏତେ ଦିନ ଧରି କେହି ବାସ୍ତବରେ ଏପର୍ଯ୍ୟନ୍ତ ମୋବାଇଲ୍ ବ୍ୟବହାର କରିନାହାନ୍ତି।

ସାରା ଦିନର ଜଞ୍ଜାଳମୟ ଜୀବନ ପରେ ରାତି ସମୟଟି ନିୟମିତ ଗପସପ ଓ କଥାବାର୍ତ୍ତା ପାଇଁ ଅନୁକୂଳ ହୋଇଥାଏ। କିନ୍ତୁ ଆପଣ ଜାଣନ୍ତି କି ଆପଣଙ୍କୁ ନିଦ ନ ହେବାର ମୁଖ୍ୟ କାରଣ କ‘ଣ ? ଏକ ଗବେଷଣାରୁ ଜଣାପଡ଼ିଛି ଯେ ମୋବାଇଲ୍ ଫୋନ୍ ଅଧିକ ବ୍ୟବହାର କରିବା ସହିତ ନିଦ୍ରାରେ ବିଶୃଙ୍ଖଳାର ସମ୍ପର୍କ ରହିଛି। ଅନେକ ରାତିରେ ମୋବାଇଲ୍ ରିଙ୍ଗ ହେବା ଏବଂ ଭାଇବ୍ରେସନ୍ ହେବା କାରଣରୁ ଅଧା ରାତିରେ ନିଦରୁ ଉଠିଥାନ୍ତି ଏବଂ ଏପରିକି ସନ୍ଧ୍ୟା ପରେ ମଧ୍ୟ ରାତ୍ର ପର୍ଯ୍ୟନ୍ତ ଅଧିକ ମୋବାଇଲ୍ କାରଣରୁ ସେମାନଙ୍କୁ ଭଲରେ ନିଦ ହୋଇନଥାଏ।

Comment