ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତରପ୍ରଦେଶରେ ଜଣେ ୧୯ ବର୍ଷୀୟ ଯୁବତୀକୁ ଗଣଦୁଷ୍କର୍ମ କରିବା ଘଟଣାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା। ପୀଡିତାଙ୍କ ମୃତ୍ୟୁ ପରେ ତାଙ୍କର ଜବରଦସ୍ତ ଅନ୍ତିମ ସଂସ୍କାର କରାଯିବାକୁ ନେଇ ପ୍ରଶ୍ନ ଉଠିଛି। ଅନ୍ୟପଟେ ଘଟଣାର ତଦନ୍ତ ପାଇଁ ଗଠିତ ଏସଆଇଟି ତନାଘନା ଆରମ୍ଭ କରିଛି।

ଗୃହ ସଚିବ ଭଗବାନ ସ୍ୱରୂପଙ୍କ ନେତୃତ୍ୱରେ ଗଠିତ ଏସଆଇଟି ପୀଡ଼ିତାଙ୍କ ପରିବାରକୁ ଭେଟିଛି। ସାତ ଦିନ ମଧ୍ୟରେ ପ୍ରତ୍ୟେକ ଦିଗକୁ ତଦନ୍ତ କରି ଏସ୍‌ଆଇଟି ରିପୋର୍ଟ ଦେବ।

କ’ଣ ଥିଲା ଘଟଣା?

ସେପ୍ଟେମ୍ବର ୧୪ ତାରିଖରେ ଉତ୍ତରପ୍ରଦେଶର ହାଥରସଠାରେ ଉଚ୍ଚ ଜାତିର ୪ ଜଣ ଯୁବକ ଜଣେ ଅନୁସୂଚିତ ବର୍ଗର ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ। ଯୁବତୀ ଜଣକ ନିଜ ଗାଁ କ୍ଷେତରେ ଘାସ କାଟୁଥିବାବେଳେ ଅଭିଯୁକ୍ତମାନେ ତାଙ୍କୁ ଘୋଷାଡ଼ି ଘୋଷାଡ଼ି ନେଇ ଯାଇଥିଲେ। ଏହାପରେ ସେମାନେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିବା ସହିତ ମୁମୂର୍ଷ ଅବସ୍ଥାରେ ଛାଡ଼ି ଚାଲିଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେପ୍ଟେମ୍ବର ୨୯ରେ ପୀଡ଼ିତା ଆଖି ବୁଜି ଦେଇଥିଲେ।

Comment