ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା କବଳରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ। ଶୁକ୍ରବାର ଏନେଇ ଟ୍ରମ୍ପ ଟୁଇଟ୍ କରି ସୂଚନା ଦେଇଛନ୍ତି।

ଟ୍ରମ୍ପ ଦମ୍ପତ୍ତିଙ୍କର କରୋନା ଟେଷ୍ଟିଂ ରିପୋର୍ଟ ପଜିଟିଭ୍ ଆସିଛି। ଏବେ ସମାନେ ନିଜକୁ କ୍ୱାରେଣ୍ଟାଇନରେ ରଖିଛନ୍ତି। ସେମାନେ ଖୁବଶୀଘ୍ର ସୁସ୍ଥ ହୋଇଫେରିବେ ବୋଲି ଟ୍ରମ୍ପ ଟୁଇଟରେ ଲେଖିଛନ୍ତି।

ହ୍ୱାଇଟ ହାଉସରେ ଡୋନାଲ୍ଡ ଟ୍ରମ୍ପଙ୍କର ବ୍ୟକ୍ତିଗତ ପରାମର୍ଶଦାତା ହୋପ ହିକ୍ସ କରୋନାରେ ସଂକ୍ରମିତ ହୋଇଥିଲେ। ଏହାପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ହେତୁ ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ କରୋନା ଟେଷ୍ଟ କରାଇଥିଲେ। ଏହାପରେ ଦୁହିଁଙ୍କର ରିପୋର୍ଟ ପଜିଟିଭ୍ ଆସିଛି।

ବିଶ୍ୱରେ ମହାମାରୀ କରୋନା ଭାଇରସ ଆହୁରି ଅଧିକ ବ୍ୟାପିବାରେ ଲାଗିଛି। ଏଥିରେ ଆମେରିକାର ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଆମେରିକାରେ ଏବେ ସୁଦ୍ଧା ୭୫ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଏକ ଲକ୍ଷରୁ ଅଧିକ ବ୍ୟକ୍ତି ପ୍ରାଣ ହରାଇସାରିଲେଣି।

Comment