ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୧୫ତମ ଜୟନ୍ତୀ ଅବସରରେ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି।

ପଣ୍ଡିତ ଜବାହରଲାଲ ନେହେରୁଙ୍କ ମୃତ୍ୟୁପରେ ୧୯୬୧, ଜୁନ୯ରେ ଲାଲ ବାହାଦୂର ଶାସ୍ତ୍ରୀ ଦେଶର ପ୍ରଧାନମନ୍ତ୍ରୀ ହେଲେ। ପ୍ରଧାନମନ୍ତ୍ରୀ କାର୍ଯ୍ୟକାଳରେ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ୧୯୬୫ରେ ଦେଶରେ ଘୋର ଖାଦ୍ୟ ସଙ୍କଟ ଦେଖାଯାଇଥିଲା।

ଏହି ପରିସ୍ଥିତିରେ ଶାସ୍ତ୍ରୀଜୀ ଦେଶବାସୀଙ୍କୁ ସପ୍ତାହରେ ଗୋଟିଏ ଦିନ ଉପବାସ କରିବାକୁ ପରାମର୍ଶ ଦେଇଥିଲେ। ଶାସ୍ତ୍ରୀଙ୍କ ଏହି ପରାମର୍ଶକୁ ଦେଶବାସୀ ଗମ୍ଭୀରତାର ସହ ନେଇଥିଲେ।

ଏହି ସମସ୍ୟାର ସମାଧାନ ଲାଗି ଶାସ୍ତ୍ରୀଜୀ ଦେଶବାସୀଙ୍କୁ ପଡ଼ିଆ ପଡ଼ିଥିବା ଜମିରେ ଚାଷ କରିବାକୁ କହିଥିଲେ।  ଖାଦ୍ୟ ସଙ୍କଟ ଦୂର କରିବା ପାଇଁ ଶାସ୍ତ୍ରୀ ଚାହୁଁଥିଲେ ଦେଶବାସୀ ଏହି ଖାଲି ପଡ଼ିଥିବା ଜମିରେ ଚାଷ କରି ଧାନ ଏବଂ ପରିପରିବା ଉତ୍ପାଦନ କରନ୍ତୁ।

ଏହି ଚାଷ କାର୍ଯ୍ୟ ସେ ନିଜଠୁ ଆରମ୍ଭ କରିଥିଲେ। ଏଥିଲାଗି ପ୍ରଧାନମନ୍ତ୍ରୀ ଭବନରେ ଥିବା ବଗିଚାରେ ନିଜେ ହଳ ବୁଲାଇଥିଲେ ଶାସ୍ତ୍ରୀ। ପ୍ରଧାମନ୍ତ୍ରୀଙ୍କ ଏହି କାର୍ଯ୍ୟରେ ବେଶ୍‌ ପ୍ରଭାବିତ ହୋଇଥିଲେ ଦେଶବାସୀ।

Comment