ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟରୋ

Actress who did 2nd marriage

ବଲିଉଡ ହିରୋଇନ। ଅତୁଳନୀୟ ସୌନ୍ଦର୍ଯ୍ୟ। ଅନେକ ଲୋକଙ୍କ ସ୍ୱପ୍ନର ନାୟିକା। ହେଲେ ଏମିତି ବି କିଛି ନାୟିକା, ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଦ୍ୱିତୀୟ ପତ୍ନୀ ହେବାକୁ ମଧ୍ୟ ପଛେଇ ନ ଥିଲେ। ବରଂ ଖୁସିରେ ସାଜିଥିଲେ ଦ୍ୱିତୀୟ ପତ୍ନୀ। ଆଉ ଏମାନଙ୍କୁ ବିବାହ କରିବା ପାଇଁ ଅନେକ ଅଭିନେତା, ବ୍ୟବସାୟୀ ସେମାନଙ୍କ ପ୍ରଥମ ପତ୍ନୀଙ୍କୁ ବିବାହର ଅନେକ ବର୍ଷ ପରେ ବି ଛାଡ଼ିଦେଇଥିଲେ। ବଲିଉଡର ଏ ସୁନ୍ଦରମାନଙ୍କୁ ଇଲିଜବଲ ବାଚେଲର ନୁହେଁ ବରଂ ଡିଭୋର୍ସି ପସନ୍ଦ ଆସିଥିଲେ। ଆଉ ବୟସର ଫରକ ତ ଅନେକ।

କରିନା କପୁର:

କ୍ୟାରିଅର ଏବେ ବି ସୁରୁଖୁରୁରେ ଚାଲିଛି। କପୁର ଖାନଦାନର ଏ ସୁନ୍ଦରୀଙ୍କୁ ଯେ କେହିବି ଯୋଗ୍ୟ ଅବିବାହିତ ବର ମିଳିଥାନ୍ତେ। ହେଲେ ତାଙ୍କୁ ବିବାହ ବିଚ୍ଛେଦ ହୋଇସାରିଥିବା ସୈଫ ଅଲ୍ଲୀ ଖାନ୍ ପସନ୍ଦ ଆସିଥିଲେ। ବୟସର ତାରତମ୍ୟ ଅନେକ ବେଶୀ, ତଥାପି ଛୋଟେ ନବାବଙ୍କ ପ୍ରେମରେ ପଡ଼ି ବାହାହୋଇଥିଲେ। ସୈଫଅଲ୍ଲୀ ଖାନଙ୍କ ପ୍ରଥମ ପତ୍ନୀ ଅମ୍ରିତା ସିଂ। ଛୋଟେ ନବାବ ବି ତାଙ୍କଠାରୁ 12 ବର୍ଷ ବଡ଼ ଅମ୍ରିତା ସିଂଙ୍କୁ ବିବାହ କରିଥିଲେ। ଢେର ଦିନ ହେଲା ବିବାହ ବିଚ୍ଛେଦ ହୋଇସାରିଛି। ତାଙ୍କ ସୈଫଙ୍କ ଝିଅ ମଧ୍ୟ ହିରୋଇନ ଭାବେ ବଲିଉଡରେ ଏଣ୍ଟ୍ରି କରିସାରିଛନ୍ତି। ପ୍ରାୟ 5 ବର୍ଷ ଧରି କରିନାଙ୍କ ସହ ପ୍ରେମ ସମ୍ପର୍କରେ ବାନ୍ଧି ହେବା ପରେ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ ।

ଶିଳ୍ପା ସେଟ୍ଟୀ:

ବଲିଉଡ ସୁନ୍ଦରୀ ଶିଳ୍ପାଙ୍କ ପ୍ରେମରେ ପଡ଼ି ପ୍ରତିଷ୍ଠିତ ବ୍ୟବସାୟୀ ରାଜ କୁନ୍ଦ୍ରା ତାଙ୍କର ପ୍ରଥମ ବିବାହକୁ ଭାଙ୍ଗିଦେଇଥିଲେ। ରାଜ କୁନ୍ଦ୍ରାଙ୍କ ପ୍ରଥମ ପତ୍ନୀ ଥିଲେ କବିତା। କିନ୍ତୁ ଶିଳ୍ପାଙ୍କ ପାଇଁ ଏତେ ପାଗଳ ହୋଇଥିଲେ ଯେ, ସେ ପ୍ରଥମ ବିବାହକୁ ଭାଙ୍ଗିବା ପାଇଁ ପଛେଇ ନ ଥିଲେ। ଶିଳ୍ପା କୁଆଡ଼େ ରାଜ କୁନ୍ଦ୍ରାଙ୍କୁ ତାଙ୍କ ପ୍ରଥମ ପତ୍ନୀଙ୍କୁ ଛାଡ଼ିବା ପାଇଁ ବାଧ୍ୟ କରିଥିଲେ । କିନ୍ତୁ ଶିଳ୍ପାଙ୍କ କହିବା କଥା ତାଙ୍କର ରାଜଙ୍କ ସହ ସାକ୍ଷାତର ହେବାର ବର୍ଷକ ପୂର୍ବରୁ ରାଜଙ୍କର ବିବାହ ବିଚ୍ଛେଦ ହୋଇସାରିଥିଲା।

lara dutta and Mahesh Bhupathi

ଲାରା ଦତ୍ତା:

ବ୍ରହ୍ମାଣ୍ଡ ସୁନ୍ଦରୀ ଲାରା ଦତ୍ତା। ତଥାପି ତାଙ୍କୁ ପସନ୍ଦ ଆସିଥିଲେ ବିବାହିତ ପୁରୁଷ। ଟେନିସ ଖେଳାଳି ମହେଶ ଭୂପତ୍ତିଙ୍କୁ ବିହାହ କରିଛନ୍ତି ଲାରା ଦତ୍ତା।। ମହେଶ ପୂର୍ବରୁ ବିବାହିତ ଥିଲେ। ମଡେଲ ଶ୍ୱେତା ଜୟଶଙ୍କରଙ୍କୁ ବିବାହ କରିଥିଲେ। ଶ୍ୱେତାଙ୍କ ଅଭିଯୋଗ ଅନୁସାରେ ଲାରା ତାଙ୍କ ଘର ଭାଙ୍ଗିଥିଲେ। ଅବଶ୍ୟ ଏ ଅଭିଯୋଗକୁ ଲାରା ବାରମ୍ବାର ଖଣ୍ଡନ କରିଆସିଛନ୍ତି।

rabina tondon

ରବିନା ଟଣ୍ଡନ:

ତାଙ୍କ ସମୟର ବେଶ ଚର୍ଚ୍ଚିତ ହିରୋଇନ । ବହୁତ ହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି । ଏକଦା ଅକ୍ଷୟ କୁମାରଙ୍କ ସହ ମଧ୍ୟ ସମ୍ପର୍କରେ ଥିଲେ ବୋଲି ଚର୍ଚ୍ଚା ହୁଏ । ତେବେ ସେ ମଧ୍ୟ ଦ୍ୱିତୀୟ ପତ୍ନୀ ହେବାକୁ ପସନ୍ଦ କରିଥିଲେ । ଫିଲ୍ମ ଡିଷ୍ଟ୍ରିବ୍ୟୁଟର ଅନୀଲ ଥଣ୍ଡାନିଙ୍କ ସହ ପ୍ରେମରେ ପଡ଼ିଥିଲେ । ଅନୀଲ ପୂର୍ବରୁ ବିବାହିତ ଥିଲେ । ରାମୁ ସିପ୍ପୀଙ୍କ ଝିଅ ନତାଶା ତାଙ୍କର ପ୍ରଥମ ପତ୍ନୀ । ତେବେ ଚର୍ଚ୍ଚା ହୁଏ ଯେ, ପ୍ରଥମ ପତ୍ନୀଙ୍କୁ ଛାଡ଼ିବା ପାଇଁ ରବୀନା ବାଧ୍ୟ କରିଥିଲେ । ତେବେ ୨୦୦୯ରେ ରବୀନା ଅନୀଲଙ୍କୁ ବିବାହ କରିଥିଲେ ।

କରିସ୍ମା କପୁର:

କେବଳ ସାନ ଭଉଣୀ କରିନା କାହିଁକି କରିଶ୍ମା କପୁର ମଧ୍ୟ ଦ୍ୱିତୀୟ ପତ୍ନୀ ହେବାକୁ ପସନ୍ଦ କରିଥିଲେ । ଅଭିଶେକ ବଚ୍ଚନଙ୍କ ସହ ନିର୍ବନ୍ଧ ଭାଙ୍ଗିୟିବା ପରେ ସେ ଦିଲ୍ଲୀର ପ୍ରତିଷ୍ଠିତ ବ୍ୟବସାଯୀ ସଞ୍ଜୟ କୁମାରଙ୍କ ପ୍ରେମରେ ପଡ଼ିଥିଲେ । ସଞ୍ଜଯ ୨୦୦୨ରେ ତାଙ୍କ ପ୍ରଥମ ପତ୍ନୀ ନନ୍ଦିତା ମେହେତାନୀଙ୍କୁ ଡିଭୋର୍ସ ଦେବା ପରେ ୨୦୦୩ରେ କରିସ୍ମାଙ୍କୁ ବିବାହ କରିଥିଲେ । ଅବଶ୍ୟ ବିବାହର ୧୧ ବର୍ଷ ପରେ କରିସ୍ମାଙ୍କର  ବିବାହ ବିଚ୍ଛେଦ ହୋଇଯାଇଥିଲା ।

sridevi and husband

ଶ୍ରୀଦେବୀ:

ଦିବଂଗତା ଅଭିନେତ୍ରୀ ଶ୍ରୀଦେବୀ । ସେ ମଧ୍ୟ ଦ୍ୱିତୀୟ ପତ୍ନୀ ହୋଇଥିଲେ । ବଲିଉଡ ପ୍ରଯୋଜକ ବୋନି କପୁରଙ୍କ ପ୍ରେମରେ ଉବୁଟୁବୁ ହୋଇଥିଲେ । ପରିସ୍ଥିତି ଏମିତି ହୋଇଥିଲା ୟେ, ବୋନି ତାଙ୍କ ପ୍ରଥମ ପତ୍ନୀ ମୋନାଙ୍କୁ ଛାଡ଼ି  ଶ୍ରୀଦେବୀଙ୍କୁ ଦ୍ୱିତୀୟ ବିବାହ କରିଥିଲେ ।

hema malini and dharmendra pradhan

 

ହେମାମାଳିନୀ:

ଡ୍ରିମ୍ ଗାର୍ଲ ହେମାମାଳିନୀ ମଧ୍ୟ କାହାର ସଂସାର ଭାଙ୍ଗିଦେଇଥିଲେ। ଧର୍ମେନ୍ଦ୍ର ପୂର୍ବରୁ ବିବାହିତ ଥିଲେ। ତଥାପି ହେମାମାଳିନୀଙ୍କ ସହ ପ୍ରେମରେ ପଡ଼ିଥିଲେ। ହେମାମାଳିନୀ ମଧ୍ୟ ସବୁକିଛି ଜାଣିଶୁଣି ଏ ସମ୍ପର୍କକୁ ବଢ଼େଇ ଥିଲେ। ତେବେ ପ୍ରଥମ ପତ୍ନୀ ଥାଉ ଥାଉ ସେ ହେମାମାଳିନୀଙ୍କୁ ଦ୍ୱିତୀୟ ବିବାହ କରିଥିଲେ।

ଶବାନା ଆଜମୀ:

ପ୍ରଖ୍ୟାତ ସ୍କ୍ରିନପ୍ଲେ ରାଇଟର ହନି ଇରାନୀଙ୍କୁ ପ୍ରେମ ବିବାହ କରିଥିଲେ ସଂଳାପ ଲେଖକ ଜାଭେଦ୍ ଅଖତାର। ଏତେ ପ୍ରେମ ହୋଇଥିଲା ଯେ, ମାତ୍ର ୧୬ ବର୍ଷ ବୟସରେ ଜାଭେଦଙ୍କୁ ବିବାହ କରିଥିଲେ ହନି। ତଥାପି ଉଭୟଙ୍କ ଜୀବନରେ ଝଡ଼ ଭଳି ପଶିଆସିଥିଲେ ବଲିଉଡ ସୁନ୍ଦରୀ ଶବାନା ଆଜମୀ। ଅନେକ ଲଢ଼େଇ ଝଗଡ଼ା ପରେ ହନି ଅଲଗା ରହିଥିଲେ। ୬ ବର୍ଷ ପରେ ବିବାହ ବିଚ୍ଛେଦ ହୋଇଥିଲା। ଆଉ ଶବାନା ଓ ଜାଭେଦ ବିବାହ କରିଥିଲେ।

ସାରିକା:

ପ୍ରସିଦ୍ଧ ଅଭିନେତା କମଲ ହାସନ ପ୍ରଥମେ ବାଣୀ ଗଣପତିଙ୍କୁ ବିବାହ କରିଥିଲେ। ବିବାହର ୭ ବର୍ଷ ପରେ ବାଣୀ ଆମେରିକା ଯାଇ ସେଠାରେ ମେକଅପ ଆର୍ଟିଷ୍ଟ ଭାବେ କାମ କରିଥିଲେ। ଏ ସମୟ ଭିତରେ କମଲ ହାସନ ବଲିଉଡ ଅଭିନେତ୍ରୀ ସାରିକାଙ୍କ ପ୍ରେମରେ ପଡ଼ିଥିଲେ। ଉଭୟ ଲିଭ୍ଇନରେ ରହିଥିଲେ। ତେବେ ୨ଟି ଝିଅ ଜନ୍ମ ହୋଇସାରିବାର ଅନେକ ବର୍ଷ ପରେ ପ୍ରଥମ ପତ୍ନୀଙ୍କୁ ଡିଭୋର୍ସ ଦେଇ ସାରିକାଙ୍କୁ ବିବାହ କରିଥିଲେ।

jaya prada and her husband

ଜୟପ୍ରଦା:

ଜୟପ୍ରଦା ତାଙ୍କ ସମୟର ହାଇପେଡ୍ ଅଭିନେତ୍ରୀ ଥିଲେ। ତାଙ୍କୁ ଫିଲ୍ମରେ ନେବା ପାଇଁ ପ୍ରଯୋଜକ ନିର୍ଦ୍ଦେଶକ ଲମ୍ବା ଲାଇନ ଲଗାଉଥିଲେ। ତେବେ ଇନକମ ଟାକ୍ସ ବିଭାଗର ରାଡାରରେ ଆସିଥିଲେ ଜୟପ୍ରଦା। ଏହି ସମୟରେ ଉଭୟ ବ୍ୟକ୍ତିଗତ ଓ ବୃତ୍ତିଗତ କଷ୍ଟସମୟ ଦେଇ ଗତିକରୁଥିବା ବେଳେ ସେ ଫିଲ୍ମ ପ୍ରଯୋଜକ ଶ୍ରୀକାନ୍ତ ନାହାତାଙ୍କ ପ୍ରେମରେ ପଡ଼ିଥିଲେ। କିନ୍ତୁ ଶ୍ରୀକାନ୍ତ  ପୂର୍ବରୁ ବିବାହିତ ଥିଲେ ଓ ତାଙ୍କର ୩ଟି ପିଲା ଥିଲେ। ପ୍ରଥମ ପତ୍ନୀ ଥାଇ ମଧ୍ୟ ସେ ଜୟାଙ୍କୁ ବିବାହ କରିଥିଲେ।

juhi chawla and her husband

ଜୁହି ଚାୱଲା:

ମିସ୍ ଇଣ୍ଡିଆ ଜୁହି ଚାୱଲା। ଫିଲ୍ମ କ୍ୟାରିଅରରେ ଅସମ୍ଭବ ପ୍ରକାର ସଫଳ। ତଥାପି ସେ ଦ୍ୱିତୀୟ ପତ୍ନୀ ହେବାକୁ ପସନ୍ଦ କରିଥିଲେ। ସେ ମେହେଟା ଗ୍ରୁପର ମୁଖ୍ୟ ଜୟ ମେହେଟାଙ୍କ ପ୍ରେମରେ ପଡ଼ିଥିଲେ। ଅବଶ୍ୟ ଜୟଙ୍କ ପ୍ରଥମ ପତ୍ନୀ ସୁଜାତା ବିର୍ଲାଙ୍କର ମୃତ୍ୟୁ ଏକ ବିମାନ ଦୁର୍ଘଟଣାରେ ହୋଇସାରିଥିଲା। ପ୍ରଥମ ପତ୍ନୀଙ୍କ ବିୟୋଗର ୫ ବର୍ଷ ପରେ ଜୁହିଙ୍କୁ ବିବାହ କରିଥିଲେ ଜୟ।

ଏ ଦ୍ୱିତୀୟ ପତ୍ନୀ ହେବାର ତାଲିକା ଲମ୍ବା। ରାଜ ବବରଙ୍କୁ ଦ୍ୱିତୀୟ ବିବାହ କରିଥିଲେ ସ୍ମିତା ପାଟିଲ। ହେଲେନ ମଧ୍ୟ ସଲିମଙ୍କ ଦ୍ୱିତୀୟ ପତ୍ନୀ ସାଜିଥିଲେ। ଆଧୁନିକ ବଲିଉଡର ମାଆ କିରଣ ଖେର ମଧ୍ୟ ଅନୁପମଙ୍କ ଦ୍ୱିତୀୟ ପତ୍ନୀ ହୋଇଥିଲେ। ଅବଶ୍ୟ କିରଣ ମଧ୍ୟ ପୂର୍ବରୁ ବିବାହ କରିଥିଲେ।

Comment