ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ଯୁଦ୍ଧରେ ହାରିଗଲେ କୋଭିଡ ଯୋଦ୍ଧା। କଟକ କୋଭିଡ କଣ୍ଟ୍ରୋଲ ରୁମ ଇନଚାର୍ଜ ବିଶ୍ଵନାଥ ଲେଙ୍କାଙ୍କର ରବିବାର କରୋନାରେ ପରଲୋକ ହୋଇଛି। ଗତ କିଛିଦିନ ହେବ ସେ କରୋନାରେ ପୀଡ଼ିତ ହୋଇ ଅଶ୍ଵିନୀ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ରବିବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ଏନେଇ ସିଏମସି କମିସନର ଅନନ୍ୟା ଦାସ ସୂଚନା ଦେଇଛନ୍ତି।

ବିଶ୍ଵନାଥ ଲେଙ୍କା କଟକ ମହାନଗର ନିଗମ କରୋନା କଣ୍ଟ୍ରୋଲ ରୁମର ଇନଚାର୍ଜ ସହିତ ନୋଡାଲ ଏବଂ ଷ୍ଟାଟିଟିକାଲ୍ ଅଧିକାରୀ ଥିଲେ। କଟକରେ କୋଭିଡ ଟେଷ୍ଟିଂର ମୁଖ୍ୟ ମଧ୍ୟ ଥିଲେ ଶ୍ରୀ ଲେଙ୍କା। କୋଭିଡ ଡ୍ୟୁଟି କରୁଥିବା ସମୟରେ ଗତ ୧୫ ଦିନ ପୂର୍ବରୁ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା। ଏହାପରେ ସେ ଅଶ୍ଵିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ଦୀର୍ଘ ୧୫ ଦିନ କରୋନା ସହ ଜୀବନ ଯୁଦ୍ଧରେ ଲଢ଼ି ଶେଷକୁ ହାରିଯାଇଛନ୍ତି କରୋନା ଯୋଦ୍ଧା ବିଶ୍ଵନାଥ ଲେଙ୍କା। ତାଙ୍କ ବିୟୋଗରେ ସିଏମସି କମିସନର ଅନନ୍ୟା ଦାସଙ୍କ ସମେତ କଟକ ମହାନଗର ନିଗମର ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନେ ଶୋକ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here