ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡ୍ ଅଭିନେତା ଅଜୟ ଦେବଗନଙ୍କ ଭାଇ ଅନିଲ ଦେବଗନଙ୍କ ପରଲୋକ। ସୋମବାର ରାତିରେ ସେ ଅକସ୍ମାତ ପ୍ରାଣ ହରାଇଥିବା ନେଇ ନିଜେ ଅଜୟ ସୂଚନା ଦେଇଛନ୍ତି।

ଅଜୟ ଦେବଗନ ସୋସିଆଲ୍ ମିଡିଆରେ ଲେଖିଛନ୍ତି ଯେ, ସେ ଗତକାଲି ରାତିରେ ନିଜ ଭାଇଙ୍କୁ ହରାଇଦେଇଛନ୍ତି। ଏହି ଘଟଣା ତାଙ୍କ ପରିବାରଙ୍କୁ ଭାଙ୍ଗିଦେଇଛି। ତାଙ୍କ ପରଲୋକରେ ସେମାନେ ପ୍ରାର୍ଥନା ସଭା କରିବାକୁ ଚାହିଁଲେ ବି ମହାମାରୀ କାରଣରୁ ତାହା କରିପାରୁନାହାନ୍ତି ବୋଲି ଅଜୟ ଟୁଇଟରରେ ଲେଖିଛନ୍ତି।

ଅଜୟଙ୍କ ଏହି ପୋଷ୍ଟକୁ ନେଇ ଅନେକ ବଲିଉଡ୍ ସେଲିବ୍ରିଟି ଓ ବ୍ୟକ୍ତିବିଶେଷମାନେ ନିଜ ପ୍ରତିକ୍ରିୟା ରଖିଛନ୍ତି। ଅନୀଲଙ୍କ ବିୟୋଗ ବଲିଉଡ୍ ପାଇଁ ଏକ ବଡ଼ କ୍ଷତି ବୋଲି କୁହାଯାଉଛି। ତାଙ୍କ ନିର୍ଦ୍ଦେଶିତ ବହୁ ଫିଲ୍ମ ବକ୍ସ ଅଫିସରେ ହିଟ୍ ସାବ୍ୟସ୍ତ ହୋଇଥିଲା। ରାଜୁ ଚାଚା, ବ୍ଲାକମେଲ୍, ହାଲ-ଏ-ଦିଲ୍ ଭଳି ଫିଲ୍ମରେ ସେ ନିର୍ଦ୍ଦେଶନା ଦେଇଥିଲେ। ତା ସହିତ ଅଜୟଙ୍କ ଫିଲ୍ମ ସନ ଅଫ ସର୍ଦ୍ଦାରରେ ସେ କ୍ରିଏଟିଭ୍ ଡାଇରେକ୍ଟର ମଧ୍ୟ ରହିଥିଲେ।

LEAVE A REPLY

Please enter your comment!
Please enter your name here