ଓଡ଼ିଶାଲାଇଭ୍ ବ୍ୟୁରୋ

supremecourt

ହାଥରସ୍ ଗଣଦୁଷ୍କର୍ମ ଘଟଣାରେ ଆଜି ସୁପ୍ରିମକୋର୍ଟ ଦୁଇଟି ମାମଲାର ଶୁଣାଣି ହେବ। ମୁଖ୍ୟ ବିଚାରପତି ଏସ୍ ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଭିଡିଓ କନଫରେନ୍ସି ଜରିଆରେ ଏହି ଦୁଇଟି ଜନସ୍ୱାର୍ଥ ମାମଲାର ଶୁଣାଣି କରିବେ ବୋଲି ଜଣାପଡ଼ିଛି।

ସୁପ୍ରିମକୋର୍ଟରେ ଦାୟର ହୋଇଥିବା ଏହି ଦୁଇଟି ଜନସ୍ୱାର୍ଥ ମାମଲାରେ କୁହାଯାଇଛି ଯେ, ଏହି ଗଣଦୁଷ୍କର୍ମ ଘଟଣାର ତଦନ୍ତ ସିବିଆଇ କିମ୍ବା ଏସଆଇଟି ଦ୍ୱାରା କରାଯାଉ। ଏଥିସହ ଏହାର ଶୁଣାଣି ଉତ୍ତରପ୍ରଦେଶ ବଦଳରେ ଦିଲ୍ଲୀରେ କରାଯାଉ ବୋଲି ଅନୁରୋଧ କରାଯାଇଛି।

ସେହିଭଳି ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ ଏହି ଯାଞ୍ଚ କରାଯାଉ ବୋଲି ଏହି ପିଟିସନରେ କୁହାଯାଇଛି। ଅନ୍ୟପଟେ ଏହି ମାମଲାର ଶୁଣାଣି ପୂର୍ବରୁ ପୀଡ଼ାତାଙ୍କ ପରିବାରକୁ ଉତ୍ତରପ୍ରଦେଶ ସରକାର ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯାଇଛି।

Comment