ଓଡ଼ିଶାଲାଇଭ୍‌ ବ୍ୟୁରୋ

ହାଥରସ ଗଣଦୁଷ୍କର୍ମ ପୀଡ଼ିତାଙ୍କ ପରିବାରକୁ ସୁରକ୍ଷା ମିଳିଛି। ପୀଡ଼ିତାଙ୍କ ଘରେ ଓ ଆଖପାଖ କେତେକ ସ୍ଥାନରେ ସିସି ଟିଭି ଲାଗିଥିଲା ବେଳେ ସୁରକ୍ଷାକର୍ମୀ ମଧ୍ୟ ମୁତୟନ ହୋଇଛନ୍ତି। ଏଥସହିତ ପରିବାରର ପ୍ରତି ସଦସ୍ୟଙ୍କ ପାଇଁ ୨ ଜଣ ଲେଖାଏଁ ବଡିଗାର୍ଡ ମଧ୍ୟ ଅଛନ୍ତି।

ମଙ୍ଗଳବାର ସୁପ୍ରିମକୋର୍ଟରେ ଉତ୍ତରପ୍ରଦେଶ ସରକାର ପରିବାରକୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଯାହାପରେ ବୁଧବାର ଦିନରୁ ସୁରକ୍ଷା କାର୍ଯ୍ୟ ଆରମ୍ଭ ହୋଇଯାଇଛି। କାରଣ ଜୀବନ ପ୍ରତି ବିପଦ ଥିବା କହିଥିଲେ ପୀଡ଼ିତାଙ୍କ ପରିବାର ସଦସ୍ୟ। ଯାହାଫଳରେ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ କହିଥିଲେ।

ଅନ୍ୟପଟେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଗଠିତ ଏସ୍‌ଆଇଟି ମଧ୍ୟ ନିଜର ତଦନ୍ତ ଜାରି ରଖିଛି। ତଦନ୍ତର ସମ୍ପୂର୍ଣ୍ଣ ରିପୋର୍ଟ ଦେବାକୁ ଟିମ୍‌କୁ ଆହୁରି ୧୦ ଦିନ ସମୟ ମିଳିଛି।

Comment