ଓଡ଼ିଶାଲାଇଭ୍ ବ୍ୟୁରୋ

ଫିଲ୍ମ ହେଉ କି ବାସ୍ତବ ଜୀବନ, ଆପଣ ଓକିଲମାନଙ୍କୁ ସବୁବେଳେ କଳା କୋଟ୍ ଏବଂ ଧଳା ସାର୍ଟରେ ହିଁ ଦେଖିଥିବେ। ଆପଣ କେବେ ଭାବିଛନ୍ତି କି ଓକିଲମାନେ କଳା ରଙ୍ଗର କୋଟ୍ ବ୍ୟତୀତ ଅନ୍ୟ କୌଣସି ରଙ୍ଗର କୋଟ୍ କାହିଁକି ବ୍ୟବହାର କରନ୍ତି ନାହିଁ? ତେବେ ଏହା ପଛରେ ଏକ ଐତିହାସିକ କାରଣ ରହିଛି। ଆସନ୍ତୁ ଜାଣିବା ସେହି କାରଣ ବିଷୟରେ…

୧୩୨୭ ମସିହାରେ ଏଡ୍‌ଓ୍ଵାର୍ଡ ତୃତୀୟ ପ୍ରଥମ କରି ଓକିଲାତି ଆରମ୍ଭ କରିଥିଲେ। ସେହି ସମୟରେ ଡ୍ରେସ୍ କୋଡ୍ ଆଧାରରେ ନ୍ୟାୟାଧୀଶଙ୍କ ବେଶଭୂଷା ପ୍ରସ୍ତୁତ କରାଯାଇଥିଲା। ସେତେବେଳେ ଜଜ୍ ନିଜ ମୁଣ୍ଡରେ ଏକ ଓ୍ଵିଗ୍(କେଶରେ ପ୍ରସ୍ତୁତ) ପିନ୍ଧୁଥିଲେ। ଓକିଲାତି ଆରମ୍ଭ ସମୟରେ ଓକିଲମାନଙ୍କୁ ୪ ଭାଗରେ ବିଭକ୍ତ କରାଯାଇଥିଲା। ଷ୍ଟୁଡେଣ୍ଟ(ଛାତ୍ର), ପ୍ଲିଡର(ଓକିଲ), ବେଞ୍ଚର ଓ ବାରିଷ୍ଟର ଏହି ପ୍ରକାରେ ଓକିଲଙ୍କ ୪ ଭାଗ ହୋଇଥିଲା।ପ୍ରଥମେ ଅଦାଲତରେ ହଳଦିଆ ଓ ଲାଲ୍ କପଡ଼ା ଏବଂ ଧୂସର ରଙ୍ଗର ଗାଉନ ପିନ୍ଧାଯାଉଥିଲା। ଏହା ପରେ ୧୬୩୭ରେ ଓକିଲଙ୍କ ବେଶଭୂଷାରେ ପରିବର୍ତ୍ତନ ଆସିଲା। ଏହାପରେ ସାଧାରଣ ଜନତାଙ୍କ ଅନୁସାରେ କପଡ଼ା ପିନ୍ଧିବାକୁ ପ୍ରସ୍ତାବ ରଖାଗଲା।

ଏହା ପରେ ଓକିଲମାନେ ଲମ୍ବା ଗାଉନ୍ ପିନ୍ଧିବା ଆରମ୍ଭ କଲେ। ଏହା ସାଧାରଣ ଲୋକଙ୍କଠାରୁ ଓକିଲ ଓ ଜଜ୍‌ଙ୍କୁ ସ୍ଵତନ୍ତ୍ର କରୁଥିଲା।୧୬୯୪ ମସିହାରେ ବ୍ରିଟେନ୍ ମହାରାଣୀ କ୍ଵିନ୍ ମେରୀଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ତାଙ୍କ ସ୍ଵାମୀ କିଙ୍ଗ ଓ୍ଵିଲିୟମ୍ସ ସମସ୍ତ ବିଚାରପତି ଓ ଆଇନଜୀବୀଙ୍କୁ ସର୍ବସାଧାରଣରେ ଶୋକ କରିବା ପାଇଁ କଳା ଗାଉନ୍ ପିନ୍ଧି ଏକାଠି ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରଠାରୁ ଏହି ଆଦେଶ ରବ୍ଦ ହୋଇନଥିଲା ଏବଂ ସେହି ପ୍ରଥା ଆଜି ଯାଏଁ ଚାଲି ଆସୁଥିବା ବିଶ୍ଵାସ କରାଯାଏ।ତେବେ ବର୍ତ୍ତମାନ ସମୟରେ କଳା କୋଟ୍ ଓକିଲମାନଙ୍କର ପରିଚୟ ପାଲଟିଛି। ୧୯୬୧ ଅଧିନିୟମ ଅନୁଯାୟୀ କୋର୍ଟରେ ଧଳା ବ୍ୟାଣ୍ଡ ଟାଇ ସହିତ କଳା କୋଟ୍ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିଲା। ବିଶ୍ଵାସ କରାଯାଏ ଯେ ଏହି କଳା କୋଟ୍ ଓ ଧଳା ସାର୍ଟ ଓକିଲମାନଙ୍କ ମଧ୍ୟରେ ଶୃଙ୍ଖଳା ଆଣିଥାଏ ଏବଂ ସେମାନଙ୍କ ମଧ୍ୟରେ ଆତ୍ମବିଶ୍ଵାସ ସୃଷ୍ଟି କରିଥାଏ।

LEAVE A REPLY

Please enter your comment!
Please enter your name here