ଓଡ଼ିଶାଲାଇଭ୍ ବ୍ୟୁରୋ

ଆପଣ କେବେ ନା କେବେ ଟିଭି ସ୍କ୍ରିନ୍ ହେଉ ଅବା କୌଣସି କୋର୍ଟରେ ଓକିଲମାନଙ୍କୁ ଦେଖିଥିବେ। ଗୋଟିଏ କଥା ଲକ୍ଷ୍ୟ କରିଥିବେ ଯେ ସବୁବେଳେ ଓକିଲମାନେ କଳା ରଙ୍ଗର କୋଟ୍ ପିନ୍ଧିଥାନ୍ତି। ତେବେ ଏହା ପଛର କାରଣ କ’ଣ ଆପଣ ଜାଣିଛନ୍ତି କି?

ଜାଣନ୍ତୁ, ଓକିଲ କାହିଁକି ପିନ୍ଧନ୍ତି କଳା ରଙ୍ଗର କୋଟ୍?

ଏହି ବ୍ୟବସ୍ଥା ପ୍ରଥମେ ଇଂଲଣ୍ଡରେ ଆରମ୍ଭ ହୋଇଥିଲା। ଇଂଲଣ୍ଡର ରାଜା ଦ୍ୱିତୀୟ ଚାଲର୍ସଙ୍କ ୧୬୮୫ରେ ମୃତ୍ୟୁ ହୋଇଥିଲା। ସେ ସମୟରେ ଲୋକମାନେ ଧଳା ରଙ୍ଗର ସାର୍ଟ ଓ କଳା ରଙ୍ଗର କୋଟ୍ ପିନ୍ଧି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେମାନଙ୍କଠାରୁ ହିଁ ଏହି ପରମ୍ପରା ଆରମ୍ଭ ହୋଇଥିଲା। ସେହିଦିନଠାରୁ ଇଂଲଣ୍ଡର କୋର୍ଟରେ ଓକିଲମାନେ କଳା ରଙ୍ଗର କୋଟ୍ ପିନ୍ଧିବା ଆରମ୍ଭ କରିଥିଲେ।

ଏହା ପଛରେ ଆହୁରି ମଧ୍ୟ କାରଣ ରହିଛି। କଳା କୋଟକୁ ସାହେବମାନଙ୍କର ଡ୍ରେସ୍ ବୋଲି କୁହାଯାଉଥିଲା। ତେଣୁ ଇଂଲଣ୍ଡର ଓକିଲମାନେ ଏହାକୁ ପିନ୍ଧିବାକୁ ପସନ୍ଦ କରିଥିଲେ। ଏହାସହ ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ, କଳାରଙ୍ଗର କୋଟ୍ ପିନ୍ଧିଲେ ଓକିଲ ଜଣକ ନିଜ ଜଜ୍ ପ୍ରତି ସମ୍ମାନ ଜଣାଇଥାଏ।

ଧଳା ରଙ୍ଗକୁ ସ୍ୱଚ୍ଛତା ଓ ସରଳତାର ପ୍ରତୀକ ବୋଲି ଗ୍ରହଣ କରାଯାଏ। ତେଣୁ ଓକିଲମାନେ ଧଳାରଙ୍ଗର ସାର୍ଟ ଉପରେ ଏହି କଳା ରଙ୍ଗର କୋଟ୍ ପିନ୍ଧି ନ୍ୟାୟାଳୟରେ ମକଦ୍ଦମା ଲଢ଼ିଥାନ୍ତି।

Comment