ଓଡ଼ିଶାଲାଇଭ୍ ବ୍ୟୁରୋ

ଦେବଗଡ଼ ଜିଲ୍ଲା ବାରକୋଟଠାରେ ପ୍ରତିଷ୍ଠା ହେବ ନୂତନ ଅତିରିକ୍ତ ସିଭିଲ୍ ଜଜ୍ (କନିଷ୍ଠ ଡିଭିଜନ୍) ତଥା ଜେଏମଏଫସି କୋର୍ଟ। ଏଥିପାଇଁ ସୋମବାର ଦିନ ଅନୁମୋଦନ ଦେଇଛନ୍ତି ରାଜ୍ୟ ସରକାର। ତ୍ୱରିତ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଏହି କୋର୍ଟ ଜିଲ୍ଲାବାସୀଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଆଶା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହି ନୂତନ କୋର୍ଟ ପାଇଁ ଆଇନ ବିଭାଗ ପକ୍ଷରୁ ଆବଶ୍ୟକ ୧୨ଟି ଗେଜେଟେଡ୍ ଓ ଅଣଗେଜେଟେଡ୍ ପଦବୀ ସୃଷ୍ଟି କରାଯାଇଛି। ବିଭିନ୍ନ କାରଣରୁ ପଡ଼ିରହିଥିବା ମାମଲାଗୁଡ଼ିକର ତୁରନ୍ତ ଫଇସଲା ନିମନ୍ତେ ଏହି ନୂତନ କୋର୍ଟ ସହାୟକ ହେବ।

Tags: #Odisha #Court #Jmfccourt #newcourtestablishedatbarkote #Deogarh #Odishagovt

LEAVE A REPLY

Please enter your comment!
Please enter your name here